ଶନିବାର ଭୋଟ ଗଣତି,ଆଶା ଓ ଆଶଙ୍କାରେ କର୍ମୀ ଓ ନେତା

0
265

କନ୍ଧମାଳ,(ନ୍ୟୁଜ ଏକ୍ସଟ୍ରା): ଶନିବାର ହେବ ପୌର ଓ ଏନଏସି ର ଭୋଟ ଗଣତି l ଫଳରେ ନିର୍ବାଚନ ରଣାଙ୍ଗନରେ ଓଲ୍ହାଇଥିବା ପ୍ରାର୍ଥୀ ଓ ସମର୍ଥକ ମାନେ ଆଶା ଓ ଆଶଙ୍କାରେ ଅଛନ୍ତି l ଫୁଲବାଣୀ ମୁନିସିପାଲିଟି ଓ ବାଲିଗୁଡ଼ା ଏବଂ ଜି. ଉଦୟଗିରି ର ଅଧ୍ୟକ୍ଷ ପଦବୀ ଜିତିବେ ବୋଲି ବିଜେଡି, ବିଜେପି ଓ କଂଗ୍ରେସ ଦଳର ନେତାମାନେ ଦାବୀ କରୁଥିବା ବେଳେ କିଏ ବାଜି ମାରିବ ତାହା ଶନିବାର ଭୋଟ ଗଣତି ପରେ ସ୍ପଷ୍ଟ ହୋଇଯିବ l ନିର୍ବାଚନକୁ ନେଇ ଫୁଲବାଣୀରେ ବାତାବରଣ ଅଶାନ୍ତ ରହିଛି l ଭୋଟ ଗ୍ରହଣ ଠାରୁ ପୋଲିସ ସତର୍କ ନଜର ରଖିବା ସହ ପାଟ୍ରୋଲିଂ କୁ କଡାକଡି କରିଛି l ଫୁଲବାଣୀରେ ୬୩ ପ୍ରତିଶତ ମତଦାନ ହୋଇଥିବା ବେଳେ ଜି. ଉଦୟଗିରି ଏନ.ଏ.ସିରେ ୬୭ ପ୍ରତିଶତ, ବାଲିଗୁଡା ଏନ.ଏ.ସିରେ ୬୯ ପ୍ରତିଶତ ମତଦାନ ହୋଇଛି l ଫୁଲବାଣୀରେ ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢେଇ ହେବ ବୋଲି ଜଣାପଡିଛି l ସେହିପରି ଜି. ଉଦୟଗିରିରେ ବିଜେପି ଆଉ ବିଜେଡି ମଧ୍ୟରେ ଲଢେଇ ହେବ ଆଉ ବାଲିଗୁଡାରେ ବିଜେଡି ଭଲ ସ୍ଥିତିରେ ଅଛି l ସୁନିଶ୍ଚିତ ବିଜୟ ବୋଲି ବୁଥ ଫେରନ୍ତା ମତରୁ ଜଣାପଡିଛି l ଫୁଲବାଣୀରେ କଂଗ୍ରେସର ପଲା ଭାରିଥିବା ବେଳେ ଜି. ଉଦୟଗିରିରେ ବିଜେପି ସ୍ଥିତି ମଜଭୁତ ଅଛି l ତେବେ ଭୋଟ ଗଣତି ବେଳେ ସ୍ପଷ୍ଟ ହୋଇଯିବ l ସେହିପରି ଫୁଲବାଣୀର ୧୩ଟି କାଉନସିଲର ମଧ୍ୟରୁ ୭, ୮ଓ ୯ ନମ୍ବର, ୫ ନମ୍ବର ବିଜେଡି ଭଲ ସ୍ଥିତିରେ ଥିବା ବେଳେ ବିଜେପି ୬,୧୨,୧୩ ନମ୍ବର ୱାର୍ଡରେ ବିଜୟୀ ସ୍ଥିତିରେ ଥିବା ବେଳେ କଂଗ୍ରେସ ୧,୪ ଓ ୧୧ ରେ ମଜବୁତ ସ୍ଥିତିରେ ରହିଛି l ସେହିପରି ୩ ଓ ୧୦ ନମ୍ବର ରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ନେଇ ମତ ପ୍ରକାଶ ପାଇଛି l ତେବେ ଶନିବାର ଭୋଟ ଗଣତି ପରେ ସବୁକିଛି ସ୍ପଷ୍ଟ ହୋଇଯିବ l
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here