ମମିତା ମେହେର ହତ୍ୟାଘଟଣା କୁ ନେଇ ଗଜପତି ଜିଲ୍ଲା କଂଗ୍ରେସ ର ହରତାଳ

0
249

ପାରଳାଖେମୁଣ୍ଡି (ନିପ୍ର) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ କଲେଜ ଛକ ସ୍ଥିତ ବିଜୁପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖରେ ମମିତା ମେହେର ହତ୍ୟାଘଟଣା କୁ ନେଇ ଆଜି ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ହରତାଳ କାର୍ଯ୍ୟକ୍ରମ କରାଯାଇଛି। ଏହି ଅବସରରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ନିରଞ୍ଜନ ପଟନାୟକ ଙ୍କ ନିର୍ଦେଶନାମା ଅନୁସାରେ ଆଜି ଛହ ଘଣ୍ଟିଆ ଓଡ଼ିଶା ବନ୍ଦ ର ଆୟୋଜନ କରାଯାଇଥବା ବେଳେ ଗତକାଲି ସନ୍ଧ୍ୟାରେ ମାନ୍ୟବର ହାଇକୋର୍ଟ ନିର୍ଦ୍ଦେଶ ଅନୁସାରେ ମାନ୍ୟବର ହାଇକୋର୍ଟ କୁ ସମ୍ମାନ ଦେଇ ଆଜି ମମିତା ମେହେର ହତ୍ୟାଘଟଣା ଘଟିଥିବା ଅଭିଯୋଗ କରି ଓଡ଼ିଶାର ରାଜ୍ୟସରକାର ଙ୍କ ଅପରାଧି ମନ୍ତ୍ରୀ ଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଓଡିଶାର ମୁଖ୍ୟମନ୍ତ୍ରୀ ଙ୍କ ଇସ୍ତାଫା ଦାବି କରି ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ତିତ କଲେଜ ଛକ ନିକଟରେ ବିଜୁପଟ୍ଟନାୟକ ପ୍ରତିମୂର୍ତ୍ତି ନିକଟରେ ମମିତା ମେହେର ହତ୍ୟାଘଟଣା ଘଟଣା ସଂପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ ବିରୋଧରେ ବହିସ୍କାର ଏବଂ ତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ହରତାଳ କରିଥିଲେ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହି ଅବସରରେ ଗଜପତି ଜିଲ୍ଲା କଂଗ୍ରେସ କମିଟି ସଭାପତି ତଥା ମହୋନା ବିଧାୟକ ଦାସରଥି ଗମାଙ୍ଗ ଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବସନ୍ତ କୁମାର ପଣ୍ଡା, ସଂଜୟ କୁମାର ଅଧିକାରୀ, କୁନା ମାଝି, ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର, ମୁନା ମହାରଣା,ପାର୍ଥରାଜ ପାଳ ,ତ୍ରୀନାଥ ପାତ୍ର, ପ୍ରମୁଖ ବହୁତ ନେତା କର୍ମୀମାନେ ଉପସ୍ଥିତ ଥିଲେ। 
ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here