ଲଗାଣ ବର୍ଷା ଯୋଗୁଁ ଚାଷୀ ମୁଣ୍ଡରେ ହାତ ଦେଲେଣି, ଏକର ଏକର ଜମି ବୁଡିଲା ପାଣିରେ

0
323

ବେଗୁନିଆପଡ: ଲଗାଣ ବର୍ଷା ଯୋଗୁଁ ବ୍ୟାପକ ଧାନଫସଲ ନଷ୍ଟ ହୋଇଛି।ଧାନ କାଟି ଚାଷୀର ଧାନ କ୍ଷେତରେ ରହିଯାଇଥିଲା । ହେଲେ ମେରୁଦଣ୍ଡ ଭାଙ୍ଗିଦେଲା ବର୍ଷା । ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଚାଷୀଙ୍କ ମେରୁଦଣ୍ଡ ସମ୍ପୂର୍ଣ୍ଣ ଦୋହଲି ଯାଇଛି। ଗତ କାଲିରୁ ଲଗାଣ ବର୍ଷା ଆରମ୍ଭ ହୋଇଗଲା । ଫଳରେ ଧାନ କ୍ଷେତ ସବୁ ପାଣିରେ ବୁଡି ରହିଛି। ଅନେକ ସ୍ଥାନରେ ଧାନକଟା ହୋଇ କ୍ଷେତରେ ପଡିଛି । ସେପଟେ ଟ୍ରାକ୍ଟର, ଟ୍ରକ୍‌ରେ କଟାଧାନ ବୋଝେଇ ହୋଇଥିବା ବେଳେ, ତାହା ବର୍ଷା ପାଣିରେସଂପୂର୍ଣ୍ଣ ଓଦା ହୋଇଯାଇଛି । କେତେକ ଧାନରେ ଗଜା ସୃଷ୍ଟି ହେବା ଆଶଙ୍କାକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ । ଧାନ ଶୁଖିବା ପରେ ଅଧିକାଂଶ ଅଗାଡି ହେବା ଆଶଙ୍କାରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ବ୍ୟାପକ ଫସଲ ହାନି ଯୋଗୁଁ ପ୍ରଶାସନକୁ କ୍ଷତିପୂରଣ ପାଇଁ ଗୁହାରି କରିଛନ୍ତି ଚାଷୀ ।

ରିପୋର୍ଟ:ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here