ଠିକାଦାରଙ୍କ ଦ୍ଵାରା ଛଟେଇ ହୋଇଥିବା ଝାଡୁଦାରଙ୍କ ପୁନଃ ନିଯୁକ୍ତି ଓ ବକେୟା ଦରମା ପ୍ରଦାନ ଦାବୀରେ ଖଲ୍ଲିକୋଟ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

0
233

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) : ଖଲ୍ଲିକୋଟ ଏନଏସି ରେ ସଫେଇ କାର୍ଯ୍ୟ ଠିକା ରେ ନେଇଥିବା ମେସର୍ସ ସବ୍ୟସାଚୀ ମହାକୁଳ ସଫେଇ କାର୍ଯ୍ୟରେ ନିୟୋଜିତ ୧୨ ଜଣ ଝାଡୁଦାରଙ୍କୁ ଆକ୍ରୋଶ ମୂଳକ ଭାବେ କାର୍ଯ୍ୟରୁ ଛଟେଇ କରିଥିଲେ । ଏ ସମ୍ପର୍କରେ ସମ୍ପୃକ୍ତ ଝାଡୁଦାର ମାନେ ଏନଏସି ନିର୍ବାହୀ ଅଧିକାରୀ, ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ଫଳ ମିଳିନଥିଲା । ତେଣୁ ଆଜି ବାଧ୍ୟ ହୋଇ ଛଟେଇ ହୋଇଥିବା ସମସ୍ତ ୧୨ ଜଣ ଝାଡୁଦାର ସଫେଇ କାର୍ଯ୍ୟରେ ପୁନଃ ନିଯୁକ୍ତି ସହ ବକେୟା ଦରମା ଟଙ୍କା ପ୍ରଦାନ ଦାବୀରେ ଖଲ୍ଲିକୋଟ ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ହିନ୍ଦ ମଜଦୂର ସଭା ଓଡ଼ିଶା ଠିକା ସଫେଇ କର୍ମଚାରୀ ସଂଘ ତରଫରୁ ଝାଡୁଦାର ମାନେ ଧାରଣା ଦେଇଥିଲେ । ଅପରାହ୍ନରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତିର୍ମୟ ଦାସଙ୍କ ଅଫିସରେ ଏହାର ସମାଧାନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଠିକାଦାର ସବ୍ୟସାଚୀ ମହାକୁଳ, ଜିଲ୍ଲା ସହଶ୍ରମ ଅଧିକାରୀ ବି. ହୃଷିକେଶ ରାଓ, ନବୀନ ପତ୍ରିକା ର ସମ୍ପାଦକ ରବି ରଥ, ସତ୍ୟନାରାୟଣ ତ୍ରିପାଠୀ, ରାଜେନ୍ଦ୍ର କୁମାର ଦାସ, ବିପିନ ବିହାରୀ ସାମନ୍ତ, ରାଜୀବ ଚନ୍ଦ୍ର ଖାଡଙ୍ଗାଙ୍କ ସହ ପୂର୍ଣ୍ଣ ଚନ୍ଦ୍ର ବେହେରା ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଆନ୍ଦୋଳନରେ ସାମିଲ ଥିବା ଝାଡୁଦାର କବି ନାୟକ, ଶ୍ରୀକାନ୍ତ ନାୟକ, ସୁଶାନ୍ତ ନାୟକ, ବସନ୍ତ ନାୟକ, ସୁରଥ ନାୟକ, ସୁଷମା ନାୟକ, ମଞ୍ଜୁ ନାୟକ, ରୀତା ନାୟକ, ପ୍ରିୟତମା ନାୟକ, ମାମି ନାୟକ, ମଞ୍ଜୁ ନାୟକ ଓ ସୁକାନ୍ତି ନାୟକଙ୍କୁ ପ୍ରତି ମାସରେ ଠିକାଦାର ୨୦ ଦିନ କାମ ଦେବେ ଓ ନିୟମିତ ଝାଡୁଦାରଙ୍କୁ ୨୪ ଦିନ କାମ ଦେବେ ତାସହ ଆନ୍ଦୋଳନରେ ସାମିଲ ଥିବା ଝାଡୁଦାର ମାନଙ୍କୁ ୨ ମାସ ୧୨ ଦିନର ବକେୟା ଦରମା ଟଙ୍କା ଆସନ୍ତା ୧୦ ତାରିଖରେ ଦେବା ପାଇଁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଝାଡୁଦାର ମାନଙ୍କ ପ୍ରତି ମାସରେ ପିଏଫ ଏବଂ ଇ ଏସ ଆଇ ଟଙ୍କା ଦରମାରୁ କାଟିବା ସହ ସାଲାରୀ ସ୍ଲିପ ଦେବା ପାଇଁ ସହ ଶ୍ରମ ଅଧିକାରୀ ବି. ହୃଷିକେଶ ରାଓ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here