ବଡ଼ବୋରସିଂ ପଞ୍ଚାୟତର ୭୧ ପରିବାର ବିଜେଡିରେ ମିଶିଲେ

0
245

ବେଲଗୁଣ୍ଠା:ବେଲଗୁଣ୍ଠା ବ୍ଲକ, ବଡ଼ବୋରସିଂ ବଡଦାଣ୍ଡରେ ବ୍ଲକ ବିଜେଡ଼ି ସଭାପତି ପ୍ରଶାନ୍ତ କୁମାର ନାୟକ ଙ୍କ ଅଧକ୍ଷତାରେ ବିଜେଡିରର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ 71 ବିଜେପି ଓ କଂଗ୍ରେସ ପରିବାର ଆଜି ବିଧିବଦ୍ଧ ଭାବେ ବିଜେଡ଼ି ରେ ଯୋଗ ଦେଇଛନ୍ତି ।ମୁଖ୍ୟଅତିଥି ରୂପେ ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ଯୋଗଦେଇ ବିଜେଡିରେ ଯୋଗଦେଇଥିବା ସମସ୍ତ 71 ପରିବାରକୁ ଉପଢୌକନ ଦେଇ ବିଜେଡିରେ ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ରେ ସମସ୍ତେ ସାମିଲ ହେବା ଉପରେ ଗୁରୁତ୍ୱ ଦେଇଥିଲେ । ଏବଂ କେନ୍ଦ୍ରସରକାରଙ୍କ ଦରଦାମ ବୃଦ୍ଧି ପାଉଥିବାରୁ ଗରିବ ଲୋକେ ବହୁଅସୁବିଧାର ସମୁଖିଣ୍ଣ ହେଉଥିବା ପ୍ରକାଶ କରିଥିଲେ । ବିଜେଡ଼ି ଓ ନବୀନ ପଟ୍ଟନାୟକ ଙ୍କ ନୀତି ଆଦର୍ଶ
ରେ ଅନୁପ୍ରାଣିତ ହୋଇ ମିଳିମିଶି କାମ କରିବାକୁ ନୂତନ ଭାବେ ଯୋଗ ଦେଇଥିବା କର୍ମୀ ମାନଙ୍କୁ ଆହ୍ୱାନ କରିଥିଲେ l ଅନ୍ୟତମ ଅତିଥି ରୂପେ ଜିଲ୍ଲା ସାଧାରଣ ସମ୍ପାଦକ କୁଞ୍ଜ ବିହାରୀ ନାୟକ,ଡିଜିଟାଲ ସମ୍ପାଦକ ବିଭୂପାଦ ଜେନା, ଜିଲ୍ଲା ପରିଷଦ ସଭ୍ୟ ଅମିତ ନାୟକ , ସମିତି ସଭ୍ୟା ମମତା ଭୋଳ,ପୂର୍ବତନ ସମିତି ସଭ୍ୟ ତଥା 47 ନମ୍ବର ଜୋନ ସଭାପତି ପ୍ରଦ୍ୟୁମ୍ନ କୁମାର ପାତ୍ର, ସରପଞ୍ଚ ରାଜେନ୍ଦ୍ର ଗୌଡ,ଅନୀଲ ପାଠୀ,ସମିତି ସଭ୍ୟ ଦୂର୍ଗା ମାଧବ ନାୟକ, ପ୍ରଭାତ ସ୍ଵାଇଁ ,ଉପସଭାପତି, କୁଞ୍ଜ ବିହାରୀ ମାହାନ୍ତି ଓ ନିକୁଞ୍ଜ ଖଣ୍ଡୁଆଳ,ସିମାଞ୍ଚଳ ବିଷୋୟି, ଯୁବ ସଭାପତି ଶିବରାମ ରାଉତ , ଜିଲ୍ଲା ଯୁବ ବିଜେଡି ସମ୍ପାଦକ ଅଯୋଧ୍ୟା ବେହରା, ପ୍ରମୁଖ ଯୋଗ ଦେଇଥିଲେ । ଆଜିର ସମସ୍ତ କାଯ୍ୟକ୍ରମକୁ ସାଧାରଣ ସମ୍ପାଦକ ତଥା ବଡ଼ବୋରସିଂ ସରପଞ୍ଚ ପ୍ରତିନିଧି ଏସ ରାମେଶ୍ୱର ପାତ୍ର ପରିଚାଳନା କରିଥିଲେ । ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here