ପ୍ରେସ କ୍ଲବ ତରଫରୁ ଭେଟଘାଟ କାର୍ଯ୍ୟକ୍ରମ

0
370

କୋଷାଗୁମୁଡା(ଯୋଗେନ୍ଦ୍ର ପ୍ରସାଦ ମହାନ୍ତି) ଆଜି ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ୍ ର ସମସ୍ତ ସାମ୍ବାଦିକଙ୍କୁ ନେଇ କୋଷାଗୁମୁଡା ସ୍ଥିତ ଡଙ୍ଗରୀଗୁଡା ଦେବୀ ମନ୍ଦିର ଠାରେ ଏକ ଭେଟଘାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଈ ଯାଇଛି । ଏହି କାର୍ଯ୍ୟକ୍ରମ ରେ ବ୍ଲକର ସମସ୍ତ ସାମ୍ବାଦିକ ଏକ ସ୍ବର ଏକ ନିଷ୍ପତି ରେ “କୋଷାଗୁମୁଡା ପ୍ରେସ୍ କ୍ଲବ୍” କୁ କିପରି ସୁଚାରୁ ରୁପେ ପରିଚାଳିତ ଓ ସାମାଜିକ ପରିସ୍ଥିତି ର ବିଭିନ୍ନ ସମସ୍ୟା କୁ ସମ୍ମୁଖୀନ ହେଉଥିବା ଲୋକ ଓ ଅସହାୟ ଲୋକ ଙ୍କୁ ସେବା ଯୋଗାଇବା ଓ ଗରୀବ ଅସହାୟ ଙ୍କୁ ସାହାଯ୍ୟ କରିବା ଭଳି ବିଭିନ୍ନ ସାମାଜିକ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା । କୋଷାଗୁମୁଡା ପ୍ରେସ୍ କ୍ଲବ୍ ର ସମସ୍ତ ସାମ୍ବାଦିକ ଭାଇ ମାନେ ବିଭିନ୍ନ ପଞ୍ଚାୟତ ରୁ ଆସି ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ହୋଇଥିଲେ । ଆଗାମୀ ବୈଠକରେ ସଭାପତି ,ସମ୍ପାଦକ ଓ ଅନ୍ୟ କାର୍ଯ୍ୟକାର୍ତ୍ତା ଚୟନ ହେବା ନେଇ ନିଷ୍ପତ୍ତି ନିଆଯାଇଛି ।
ଆଜିର ଏହି ସାମ୍ବାଦିକ ଭେଟଘାଟ କାର୍ଯ୍ୟକ୍ରମ ରେ ବରିଷ୍ଠ ସାମ୍ବାଦିକ ପଦ୍ମ ଚରଣ ପଟ୍ଟନାୟକ , ଯୋଗେନ୍ଦ୍ର ପ୍ରସାଦ ମହାନ୍ତି , ସମେରେନ୍ଦ୍ର ପଟ୍ଟନାୟକ, ସନ୍ତୋଷ କୁମାର,ଦୟାରାମ ପନକା ,ଜଗନ୍ନାଥ ନାୟକ, ଲିପୁ ପଣ୍ଡା,ପ୍ରସାଦ ବିଷୋୟୀ, ବାବୁଲି ଗଣ୍ଡା, କୃଷ୍ଣ ଯାନୀ, ବୋବୃବହାନ ସିଂ, ସାନ୍ତ ହିଆଲ, ଆଇନଜୀବୀ ବାବୁଲି ବାଘ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here