ଭିଜିଲାନ୍ସ ଜାଲରେ ବାଲିଗୁଡା ଆଇଟିଡିଏ ର ମୁଖ୍ୟ କିରାଣୀ : ପୁଳା ପୁଳା ଟଙ୍କା ଜବତ: ତଦନ୍ତ ଅବ୍ୟାହତ

0
237

ବାଲିଗୁଡା,(ନ୍ୟୁଜ ଏକ୍ସଟ୍ରା): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଇଟିଡିଏ ର ମୁଖ୍ୟ କିରାଣୀ ଶଶୀ ଭୂଷଣ ପାଣି ବୁଧବାର ଫୁଲବାଣୀ ଭିଜିଲାନ୍ସ ହାତରେ ଧରାପଡି ଛନ୍ତି l ପ୍ରକାଶ ଯେ, ଅଞ୍ଚଳର ଜୈନକ ଠିକାଦାରଙ୍କ ସିକ୍ୟୁରିଟ ଜମା ଟଙ୍କା ବିଭାଗରେ ଥିଲା l ସେହି ଟଙ୍କା ଫେରସ୍ତ ନେବା ପାଇଁ କିରାଣୀଙ୍କ ନିକଟକୁ ଯାଇଥିଲେ ଠିକାଦାର l ବିଲ କରାଇ ଦେବାପାଇଁ ପୂର୍ବରୁ ଦୁଇ ହଜାର ଟଙ୍କା ଦେଇଥିବା ବେଳେ ଆଉ ବଳକା ଛଅ ହଜାର ଟଙ୍କା ଦେଲେ ବିଲ ହେବ ବୋଲି କହିଥିଲେ କିରାଣୀ ଶ୍ରୀ ପାଣି, ହେଲେ ଆଜି ବୁଧବାର ଦିନ ବଳକା ୬ ହଜାର ଟଙ୍କା ଦେବାବେଳେ ଫୁଲବାଣୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି l ଏହି ଚଢ଼ାଉ କିରାଣୀଙ୍କ ବାସଭବନରେ ଫୁଲବାଣୀ ଭିଜିଲାନ୍ସ ଡିଏସପି ଅରୁଣ ନାୟକଙ୍କ ନେତୃତ୍ୱ ରେ ଏକ ୫ ଜଣିଆ ଟିମ ଚଢ଼ାଉ ଜାରୀ ରଖିଥିବା ବେଳେ ଶ୍ରୀ ପାଣି ଙ୍କ ବାସ ଭବନରୁ ଖାଲି ପୁଳା ପୁଳା ଟଙ୍କା ଜବତ ହେଉଛି l ଏ ନେଇ ଭିଜିଲାନ୍ସ କେଶ ନଂ.୧୬/୨୧ପ୍ରକାରେ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଅବ୍ୟାହତ ଥିବା ବିଷୟ ଡିଏସପି ଶ୍ରୀ ନାୟକ ପ୍ରକାଶ କରିଛନ୍ତି l
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here