ଜାତୀୟ ରାଜପଥରେ ଅଜଣା ଗାଡ଼ିଧକାରେ ଯୁବକ ମୃତ

0
604

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା/ପ୍ରଦୀପ୍ତ କୁମାର ସାହୁ) : କରୋନାକୁ ନେଇ ସାରା ଦେଶରେ ଜନତା କର୍ଫ୍ୟୁ ଚାଲିଥିବା ବେଳେ ଆଜି ସକାଳୁ ସକାଳୁ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଅଜଣା ଗାଡ଼ି ଧକାରେ ଜଣେ ଯୁବକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ତେନ୍ତୁଳିଆପଲ୍ଲୀ ଗ୍ରାମର ଶଶି ରାଉତଙ୍କ ପୁଅ ଅଙ୍ଗଦ ରାଉତ (୪୦) କୌଣସି କାରଣବସତଃ ଲଙ୍ଗଳେଶ୍ବର ଗ୍ରାମକୁ ଆସିଥିଲେ । ଅଙ୍ଗଦ ନିଜ ଗ୍ରାମ ତେନ୍ତୁଳିଆପଲ୍ଲୀ ଅଭିମୁଖେ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ଅଜଣା ଗାଡ଼ି ଅଙ୍ଗଦଙ୍କୁ ଧକା ଦେଇଥିଲା ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଖବର ପାଇ ଭେଜିପୁଟ ଫାଣ୍ତି ଅଧିକାରୀ ଟୁନା ପିଡ଼ିକା ଘଟଣାସ୍ଥଳକୁ ଯାଇ ଶବକୁ ଯବତ କରିବା ସହ ଘଟଣାର ଅଧିକ ତଦନ୍ତ ଜାରିରହିଥିବା ବେଳେ ଅଙ୍ଗଦଙ୍କ ପରିବାର ଲୋକଙ୍କ ଉପସ୍ଥିତିରେ ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ନିଆଯାଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here