ପୋଲସରା ବ୍ଲକର ତିନି ପଞ୍ଚାୟତ ପାଇଁ ନିଯୁକ୍ତି ମେଳା

0
252

ପୋଲସରା : ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅନ୍ତର୍ଗତ ମନ୍ଦାର ଗ୍ରାମ ପଞ୍ଚାୟତର ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ନଭେମ୍ବର ୦୩ ତାରିଖ ଦିନ ମନ୍ଦାର, ରୁମାଗଡ଼ ଓ କେନ୍ଦୁବାଡି ଗ୍ରାମ ପଞ୍ଚାୟତର ଯୁବକ ଯୁବତୀ ଙ୍କ ପାଇଁ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମକୁ ପୋଲସରା ବିଡ଼ିଓ ସୁରଞ୍ଜନ କୁମାର ସାହୁ ଉଦଘାଟନ କଟିଥିବା ବେଳେ ବ୍ଲକ ବିପିଏମ ସଞ୍ଜୁ ସାହୁ ସଂଯୋଜନା କରିଥିଲେ। ଏହି ନିଯୁକ୍ତି ମେଳାରେ ତିନି ଗୋଟି ଗ୍ରାମ ପଞ୍ଚାୟତର ୧୧୯ ଜଣ ଯୁବକ ଯୁବତୀ ନାମ ପଞ୍ଜିକୃତ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୯୪ ଜଣ ମନୋନୀତ ହୋଇଥିଲେ। ଏହି ନିଯୁକ୍ତି ମେଳାରେ ଚାରି ଗୋଟି କମ୍ପାନୀର ପ୍ରତିନିଧି ଯୋଗଦେଇ ସେମାନଙ୍କ ପାଇଁ ପ୍ରାର୍ଥୀ ଚୟନ କରିଥିଲେ। ଚାରିଗୋଟି କମ୍ପାନୀ ୯୪ ଜଣ ମନୋନୀତ ଙ୍କ ମଧ୍ୟରୁ ଜେ.ଆର.ଜି. ୩୦ ଜଣ ପ୍ରାର୍ଥୀ ଚୟନ କରିଥିବା ବେଳେ ଏ.ଏସ.ଏମ.ଏ.ସି.ଏସ. କମ୍ପାନୀ ୩୭ ଜଣ, ବ୍ଲାକ ପାନ୍ଥର ୧୫ ଜଣ ଓ ସାହି ଏକ୍ସପାର୍ଟ ୧୨ ଜଣଙ୍କୁ ଚୟନ କରିଥିଲେ। ମନ୍ଦାର ଗ୍ରାମ ପଞ୍ଚାୟତ କର୍ମଚାରୀ ବୃନ୍ଦ ଏହି ମେଳା ପରିଚାଳନାରେ ସହଯୋଗ କରିଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here