ବାସଗୃହରୁ ଉଦ୍ଧାର ହେଲା ବିଷାକ୍ତ ବୋଡା ସାପ

0
231

ବୁଗୁଡା: ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମ ନୂଆଁ ସାହିର ଜଣଙ୍କ ବାସ ଗୃହରୁ ଏକ ବିଷାକ୍ତ ବୋଡା ସାପ କୁ ମାଣିତରା ଗ୍ରାମର ଶିକ୍ଷକ ସଞ୍ଜୟ କୁମାର ବିଶ୍ବାଳ ଉଦ୍ଧାର କରି ଜଙ୍ଗଲରେ ଛାଡି ଦେଇଥିବା ଜଣାପଡିଛି। ମାଣିତରା ନୂଆଁ ସାହି ପି. ସୁରେନ୍ଦ୍ର ପାତ୍ରଙ୍କ ବାସଗୃହରେ ନଭେମ୍ବର ୪ ତାରିଖ ଦିନ ଏକ ସାପ ରହିଥିବା ଜାଣିବା ପରେ ଶିକ୍ଷକ ଶ୍ରୀ ବିଶ୍ୱାଳ ସୁରେନ୍ଦ୍ରଙ୍କ ଘରକୁ ଯାଇ କୌଶଳ କ୍ରମେ ବୋଡା ସାପଟିକୁ ଧରି ଅଖା ମଧ୍ୟରେ ପୁରାଇ ଜଙ୍ଗଲରେ ଛାଡ଼ିଦେଇଥିଲ। ଉଦ୍ଧାର ବୋଡା ସାପଟି ଅଳ୍ପ ବୟସର ହୋଇଥିବା ଶ୍ରୀ ବିଶ୍ବାଳ ପ୍ରକାଶ କରିଥିଲେ। କୌଣସି ତାଲିମ ନେଇନଥିବା ଶ୍ରୀ ବିଶ୍ୱାଳ ନିଜସ୍ୱ କୌଶଳରେ ଅଞ୍ଚଳରେ ବିଭିନ୍ନ ଲୋକଙ୍କ ଘରୁ ସାପ ଧରି ଜଙ୍ଗଲରେ ଛାଡିଦେଇ ଜନସାଧାରଣଙ୍କ ଉପକାର କରୁଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ କୌଣସି ପ୍ରକାର ତାଲିମ ଓ ସରଞ୍ଜାମ ପ୍ରଦାନ କରିବା ବ୍ୟବସ୍ଥା କରାଯାଇନାହିଁ। ଶ୍ରୀ ବିଶ୍ବାଳଙ୍କୁ ତାଲିମ ପ୍ରଦାନ ସହ ସାପ ଧରିବା ସରଞ୍ଜାମ ପ୍ରଦାନ କରବା ନେଇ ବନବିଭାଗ ଉଦ୍ୟମ କରିବା ଜରୁରୀ ଆବଶ୍ୟକ ବୋଲି ବୁଦ୍ଧିଜୀବୀ ବୃନ୍ଦ ପ୍ରକାଶ କରିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here