ଚୋରା ମଦ କାରବାରରେ ବିଜେଡି ନେତା ଗିରଫ

0
573

ବେଗୁନିଆପଡା: ଖଲ୍ଲିକୋଟ ଅବକାରୀ ବିଭାଗ ଦ୍ଵାରା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଧକୋଟ ପଂଚାୟତର ଯୁବ ବିଜେଡି ସଭାପତି ଚୋରା ମଦ କାରବାର କରି ନିକଟରେ ଗିରଫ ହୋଇଥିବା ଏକ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ପ୍ରକାଶ ଥାଉ କି, ଏହି ବିଜେଡି ସମର୍ଥିତ ନେତା ଜଣଙ୍କ ଚୋରା ମଦ କାରବାରରେ ବହୁ ଦିନ ଧରି ଲିପ୍ତ ଥିବାର ଅଭିଯୋଗମାନ ଅବକାରି ବିଭାଗର ନିକଟରେ ପହଁଚୁଥିଲା । ଏପରିକି ଶାସକ ବିଜେଡି ଦଳର ସମର୍ଥକ ଭାବେ ସେ ଇଦ୍ରଚନ୍ଦ୍ର ମାନୁନଥିଲେ । ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ଯୋଗୁଁ ଲୋକେ ବିରକ୍ତି ପ୍ରକାଶ କରିଥିଲେ । ବିଳମ୍ବରେ ହେଲେ ମଧ୍ୟ ଏହି ବିଜେଡି ଯୁବ ନେତାଙ୍କ ନିକଟରୁ ଅବକାରୀ ବିଭାଗ ଦ୍ଵାରା ୧୮୦ ଲିଟର ମହୁଲି ମଦ ଏବଂ ଆନୁସଙ୍ଗିକ ପଦାର୍ଥ ଜବତ ହୋଇ ଆସାମୀ ଅଜୟ କୁମାର ସାହୁଙ୍କୁ ଗିରଫ କରାଯାଇଛି । ଖଲ୍ଲିକୋଟ ଅବକାରୀ ଥାନା କେସ୍ ନମ୍ବର ୬୨/୨୧-୨୨ ରେ ମାମଲା ରୁଜୁ ହୋଇଥିବା ନେଇ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here