କୋଭିଡ ନିୟମ ଉଲ୍ଲଙ୍ଘନ କରି ବାହାଘର ଭୋଜି କରିବା ପଡ଼ିଲା ମହଙ୍ଗା,ଜୋରିମାନା ଆଦାୟକଲା ପ୍ରଶାସନ

0
545

ଖଲ୍ଲିକୋଟ (ନ୍ୟୁଜଏକ୍ସଟ୍ରା) କରୋନା କଟକଣାକୁ ଫୁକରି ଚାଲିଥିଲା ବାହାଘର ଭୋଜି । ହଟାତ ଭୋଜି ପାଖରେ ପହଞ୍ଚିଗଲା ପ୍ରଶାସନ,ନଷ୍ଟ କଲେ ସମସ୍ତ ରନ୍ଧା ହୋଇଥିବା  ଖାଦ୍ୟ । ଆଜି ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆମ୍ବଝର ନୂଆପଲ୍ଲୀ ଗ୍ରାମରେ । ଆମ୍ବଝର ନୂଆପଲ୍ଲୀ ଗ୍ରାମର ଦୟା ବିଶୋଇଙ୍କ ପୁଅ ନୀଳକଣ୍ଠଙ୍କ ଚଳିତ ମାସ ୮ ତାରିଖରେ ବାହାଘର ହୋଇଥିବା ବେଳେ ଦୟା ବିଶୋଇ ଆଜି ପୁରା ଦୁଇହଜାର ଲୋକ ଖାଇବା ପାଇଁ ଏକ ଭୋଜିର ଆୟୋଜନ କରିଥିଲେ  । ତେବେ କୌଣସି ସୂତ୍ର ଖବର ପାଇ ଖଲ୍ଲିକୋଟ ତହସିଲଦାର ରାଜକିଶୋର ପଟ୍ଟନାୟକ ଓ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ପରିବାର ଲୋକଙ୍କ ଠାରୁ ୮ ହଜାର ପାଞ୍ଚଶହ ଟଙ୍କା ଜୋରିମାନା ଆଦାୟ କରିଥିଲେ । ସେପଟେ  ଦିୁଇ ହଜାର ଲୋକଙ୍କ ପାଇଁ ରନ୍ଧା ଯାଇଥିବା ସମସ୍ତ ଖାଦ୍ୟ ସାମଗ୍ରୀ କୁ ନଷ୍ଟ କରିଥିଲା ପ୍ରଶାସନ ।  ଆଗାମି ଦିନରେ ଏଭଳି କୋଭିଡ ନିୟମ ଉଲ୍ଲଙ୍ଘନ କରୁଥିବା ଲୋକଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ରିପୋର୍ଟ – ପ୍ରଦୀପ୍ତ କୁମାର ସାହୁ

LEAVE A REPLY

Please enter your comment!
Please enter your name here