ରାଜ୍ୟ ସ୍ତରୀୟ ପେନକାକ ସିଲଟରେ ଭାଗ ନେବାକୁ ଗଞ୍ଜାମ ଖେଳାଳିଙ୍କ ବରଗଡ ଗ୍ରସ୍ତ

0
314

ବ୍ରହ୍ମପୁର;ପଶ୍ଚିମ ଓଡିଶାର ବରଗଡ ଠାରେ ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ରାଜ୍ୟ ସ୍ତରୀୟ ପେନକାକ ସିଲଟ ଖେଳରେ ଭାଗ ନେବାକୁ ବ୍ରହ୍ମପୁରରୁ ଗ୍ରସ୍ତ ଆରମ୍ଭ କରିଛନ୍ତି ଖେଳାଲୀମାନେ । ବରଗଡ ଜିଲ୍ଲା ପେନକାକ ସିଲଟ ଆଶୋଶିଏସନ ଆନୁକୂଲ୍ୟରେ ଆସନ୍ତା ୩୦.୧୦.୨୦୨୧ ଏବଂ ୩୧.୧୦.୨୦୨୧ ଦୁଇଦିନ ଧରି ଏହା ବରଗଡ ଗାନ୍ଧୀ ଛକ ନିକଟରରେ ଥିବା କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଟିତ ହେବ । ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ବହୁ ପ୍ରତିଭା ଅଶଂ ଗ୍ରହଣ କରିବାକୁ ଥିବା ବେଳେ ରେଶମ ସହରର ୧୪ଜଣ ଖେଲାଳୀ ଅଂଶ ଗ୍ରହଣ କରିବେ । ଆଜି ଏଥି ନିମନ୍ତେ ବ୍ରହ୍ମପୁର ବସ ଷ୍ଠାଣ୍ଟରୁ ବସ ଯୋଗେ ଖେଳାଳିମାନେ ନିଜର ଯାତ୍ରା ଆରମ୍ଭ କରିଛନ୍ତି । ଗଞ୍ଜାମରୁ ସିନିୟର ବର୍ଗରେ ଦେବାଶିଷ ନାୟକ,ଶ୍ରୀଧର ସାହୁ, ଜୁନିୟର ବର୍ଗରେ ଖେଲିବା ପାଇଁ କାହ୍ନା ବେହେରା, ସନ୍ତୋଷ ବେହେରା, ଆଦିତ୍ୟ କୁମାର ସାହୁ, ପି ଇସ୍ପିତା, ଏ କମଳ ପାତ୍ର, ସରୋଜ ମହାରଣା, ରୁଦ୍ର ପ୍ରସାଦ ନନ୍ଦ, ଆୟୁସ ମହାରଣା, ସରୋଜ କୁମାର ନାୟକ, ଭାଗ ବନେବାକୁ ଯାଇଥିବା ବେଳେ ୧୨ ବର୍ଷରୁ କମ ବର୍ଗରେ ଆଦିତ୍ୟ ସାହୁ ଭାଗ ନେବେ ବୋଲି ଯାତ୍ରା କରିଛନ୍ତି । ସେମାନଙ୍କୁ ତାଙ୍କ ପରିବାର ବର୍ଗ ଏବଂ ଗ଼ଞ୍ଜାମ ପେନକାକ ସିଲଟ ଆସୋସିଏସନ ପକ୍ଷରୁ ଶୁଭେଚ୍ଛା ଜଣାଇବା ସହ ଖେଳରେ ଭଳ ପଦର୍ଶନ କରିବା ପାଇଁ କାମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here