ବାଉଁଶିଆପଲ୍ଲୀ ନିକଟରେ ନକଲି ଗୁଟଖା କାରଖାାନା ଚଢ଼ଉ: ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଜବତ

0
260

ବ୍ରହ୍ମପୁର: ବ୍ରହ୍ମପୁର ସଦର ଥାନା ଠାରୁ ମାତ୍ର ୧ କିଲୋମିଟର ବ୍ୟବଧାନରେ ଥିବା ବାଉଁସିଆପଲ୍ଲୀ ନିକଟରେ ଏକ ବେଆଇନ ନକଲି ଗୁଟଖା କରାଖାନା ଉପରେ ଚଢ଼ଉ କରାଯାଇ ବିପୁଳ ପରିମାଣର ଗୁଟକା ଜବତ କରଯାଇଥିବା ନେଇ ସୂଚନା ମିଳିଛି ।ସୂଚନା ପ୍ରକାରେ ଜାଣିବାକୁ ମିଳିଛି ଯେ, ବ୍ରହ୍ମପୁର ଏସପି ଶ୍ରବଣ ବିବେକ୍ ଏମ୍ କୌଣସି ସୂତ୍ରରୁ ଖବର ପାଇବା ପରେ ଉକ୍ତ ଗୁଟକା କାରଖାନାରେ ଚଢ଼ାଉ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।ଏସ୍ପିଙ୍କ ନିର୍ଦ୍ଦେଶ ପରେ ବ୍ରହ୍ମପୁର ଡ଼ିଏସପି ସ୍ୱରାଜ୍ୟ ଦେବତା ,ସଦର ଥାନା ପୋଲିସ ଟିମ୍ ,ନିମଖଣ୍ଡି ପୋଲିସ ଟିମ୍ ଓ ହେଡ କ୍ଵାଟର ପୋଲିସ ଟିମର ମିଳିତ ଉଦ୍ୟମରେ ଚଢ଼ଉ କରାଯିବା ସହ ବିପୁଳ ପରିମାଣର ଗୁଟକା ଜବତ କରିବାରେ ସଫଳ ହୋଇଥିଲେ ।ଚଢ଼ଉ ସମୟରେ ବିଭିନ୍ନ ପ୍ରକାର ବ୍ରାଣ୍ଡର ଗୁଟକା ଜବତ କରିବା ସହ ମସଲା ମିକ୍ସର ମେସିନ୍,ଧନିଆ,ପାନ ମଧୁରୀ, ଗୁଜରାତି,ଧୁଆଁ ପତ୍ର,ଗୁଟକାରେ ମିଶ୍ରିତ ହେଉଥିବା କେମିକାଲ ଟିଣ ଡବା,ବିଭିନ୍ନ ଗୁଟକା ବ୍ରାଣ୍ଡର ରୋଲର, ଦୁଇଟି ଟ୍ରକ୍,ଏକ ଅଟୋ ଓ ଏକ ଟାଟା ମେଜିକ୍ ଗାଡି ସହ ୫ଶହ ଟଙ୍କିଆ ନୋଟ ର କିଛି ବ୍ୟାଣ୍ଡଲ ଜବତ କରିଛି ।ତେବେ ଚଢାଉ ହୋଇଥିବା ତିନୋଟି କାରଖାନାର ମାଲିକ ନରେନ୍ଦ୍ର ସାହୁ ବୋଲି ଜାଣିବାକୁ ମିଳିଛି ।ଉକ୍ତ ଗୁଟକା କାରଖାନାରେ ଚଢ଼ଉ ସମୟରେ କାର୍ଯ୍ୟରତ ଥିବା ବାହାର ରାଜ୍ୟର ପ୍ରାୟ ୧୫ଜଣ କର୍ମଚାରୀଙ୍କୁ ପୋଲିସ ଗିରଫ କରିଛି କି ନାହିଁ ତାହା ପୋଲିସ ସ୍ପଷ୍ଟ କରିନି ।ଏହି ଗୁଟକା ପ୍ରସ୍ତୁତି ହେବା ପରେ ବ୍ରହ୍ମପୁର ସହର ସମେତ ଅନ୍ୟ ଜିଲ୍ଲା ଓ ବାହାର ରାଜ୍ୟକୁ ବିକ୍ରି କରିବା ନିମନ୍ତେ ପଠାଯାଉଥିବା ଜାଣିବାକୁ ମିଳିଛି ।ଏଠାରେ ପ୍ରଶ୍ନ ଉଠୁଛି ଯେ, ସଦର ଥାନା ଠାରୁ ମାତ୍ର ୧ କିଲୋମିଟର ବ୍ୟବଧାନରେ ଏହି ଗୁଟକା କାରଖାନା ବେଆଇନ ଭାବେ ବର୍ଷ ବର୍ଷ ଧରି ଚାଲିଥିଲେ ମଧ୍ୟ ସ୍ଥାନୀୟ ପୋଲିସର ନଜର ନପଡିବା କାରଣ କଣ ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି କରିଛି ।ଯାହା ହେଉ ବର୍ତ୍ତମାନ ପୋଲିସକୁ ଏକ ବଡ଼ ସଫଳତା ମିଳିଥିବା ବେଳେ ପ୍ରାୟ ଦୁଇ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଗୁଟଖା ଜବତ କରାଯାଇଥିବା ନେଇ ଅତିରିକ୍ତ ଏସପି ରମେଶ ଚନ୍ଦ୍ର ସେଠି ସୂଚନା ଦେଇଛନ୍ତି ।ପରେ ସ୍ଥାନୀୟ ମାଜିଷ୍ଟ୍ରେଟ ତଥା କୁକୁଡ଼ାଖଣ୍ଡି ତହସିଲଦାର କଲ୍ୟାଣି ସଂଘମିତ୍ରା ଦେବୀଙ୍କ ଉପସ୍ଥିତରେ ୩ଟି ଗୋଦାମ୍ କୁ ସିଲ୍ କରାଯାଇଥିଲା ।ଏହି ଚଢ଼ଉରେ ବ୍ରହ୍ମପୁର ଅତିରିକ୍ତ ଏସ୍ପି ରମେଶ ଚନ୍ଦ୍ର ସେଠି, ସଦର ଏସ୍ଡିପିଓ ଶିବ ଶଙ୍କର ମହାପାତ୍ର,ଡ଼ିଏସପି ସ୍ୱରାଜ୍ୟ ଦେବତା, ଥାନା ଅଧିକାରୀ ମହେନ୍ଦ୍ର ସାହୁ,ନିମଖଣ୍ଡି ଫାଣ୍ଡି ଅଧିକାରୀ ଜ୍ୟୋତି ରଞ୍ଜନ ବେହେରା,ମଧୁସ୍ମିତା ବେହେରାଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀ ସାମିଲ ଥିଲେ ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here