କଲଭର୍ଟରେ ଓହଳିଲା ବସ୍ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

0
649

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ଦୁଲପୁର ଗ୍ରାମ ନିକଟରେ ଏକ ଘରୋଇ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ କଲଭର୍ଟରେ ଓହଳି ରହିଥିଲା । ଦୁର୍ଘଟଣାରେ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ପାପଡ଼ାହାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ , ଆଜି ଅପରାହ୍ନରେ ଜୟପୁରରୁ କଳାହାଣ୍ଡି ଜିଲ୍ଲାର କଲମପୁର ଅଭିମୁଖେ ଯାଉଥିବା ମା ’ ତାରାତାରିଣୀ ଘରୋଇ ବସ୍‌ ( ଓଡି ୨୪ଏଫ ୨୧୬୯ ) ଦୁଲପୁର ନିକଟରେ ଭାରସାମ୍ୟ ହରାଇ ଏକ କଲଭର୍ଟ ଉପରେ ଚଢ଼ି ଯାଇଥିଲା । ବସ୍‌ କଲଭର୍ଟରେ ଓହଳି ରହିଥିବା ବେଳେ ବସ୍‌ରେ ଥିବା ପ୍ରାୟ ୨୦ରୁ ୨୫ଜଣ ଯାତ୍ରୀ ଅଳ୍ପକେ ବର୍ଷ ଯାଇଥିଲେ । ପାପଡ଼ାହାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଦୁର୍ଘଟଣା ପରେ ବସ୍ କର୍ମଚାରୀମାନେ ଫେରାର ହୋଇ ଯାଇଥିବା ଜଣା ପଡ଼ିଛି
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here