୩ଜଣ ଚାଲାଣ କାରୀ ଦଲାଲ୍ ଗିରଫ

0
438

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ପୋଲିସ ଶନିବାର ୩ ଜଣ ଶ୍ରମିକ ଚାଲାଣ କାରୀ ଦଲାଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବାରମ୍ବାର ଅନେକ ଗଣମାଧ୍ୟମରେ ଦାଦନ ଶ୍ରମିକ ଚାଲାଣ ହେଉଥିବା ଖବର ପ୍ରକାଶ ପାଇଛି ଓ ଅନେକ ସମୟରେ ଏହି ଘଟଣା ଲୋକ ଲୋଚନକୁ ଆସୁଥିବା ଦେଖିବାକୁ ମିଳିଛି । ହେଲେ ମଧ୍ୟ ଲୋକମାନେ ସଚେତନ ହେଉ ନାହାଁନ୍ତି । ଏହାର କାରଣ ହେଉଛି କିଛି ଅସାଧୁ ବ୍ୟକ୍ତି ମାନେ ଲୋକ ମାନଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ଲୋକମାନଙ୍କୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ବିକ୍ରି କରୁଛନ୍ତି। ସୂଚନା ଯୋଗ୍ୟ, ପୂର୍ବରୁ ଚାଲାଣ ହୋଇଥିବା ୬ ଜଣ ପୁରୁଷ ଓ ୨ ଜଣ ନାବାଳିକା କୁ ନେଇ ତେଲେଙ୍ଗାନା ରାଜ୍ୟ ରାଙ୍ଗାରେଡି ଜିଲାର ରାଜେନ୍ଦ୍ରନଗର ଥାନା ଅଧୀନ ଏନ. ରାମବାବୁ ପେଟ ଜି ପ୍ରଡ଼କ୍ଟ ଇଟାଭାଟିରେ ୮ ଜଣ ଶ୍ରମିକ ଦାଦନ ଖଟୁଥିଲେ । ଉକ୍ତ ଦାଦନ ଶ୍ରମିକମାନେ ହେଲେ ଟାଙ୍ଗିଣୀ ଗ୍ରାମର ଗୋବିନ୍ଦ ଜାନୀ (୨୫) ଓ ଗୋବୁରୁ ଜାନୀ (୬୦), ଉମରକୋଟ ଥାନା ଅଧୀନ ବିଏସ.ପଦର ଗ୍ରାମର ଦମନାଥ ଜାନୀ (୧୯), ଗୋଟିଗୁଡା ଗ୍ରାମର ମୀନ ଭତ୍ରା (୨୦) ଓ ଦେବିସିଂ ଭତ୍ରା (୩୦), ଚଚରାଗୁଡା ଗ୍ରାମର ପୁସ୍ତମ ବିନ୍ଧାଣି (୧୮) ଓ ୨ ଜଣ ନାବାଳିକାଙ୍କ ସମେତ ୮ ଜଣ ଶ୍ରମିକଙ୍କୁ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ଦାଦନ ଚାଲାଣ ଉପରେ ନବରଙ୍ଗପୁର ଜିଲାପାଳ ଡା. ଅଜିତ କୁମାର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ୫/୧୦/୨୧ ତାରିଖ ଦିନ ଜିଲା ଅତିରିକ୍ତ ଶ୍ରମ ଅଧିକାରୀ ଓ ଗ୍ରାମ୍ୟ ଶ୍ରମ ଅଧିକାରୀ ଏବଂ ପୋଲିସ ଅଧିକାରୀ ମାନଙ୍କ ମିଳିତ ଦଳ ତେଲେଙ୍ଗାନା ରାଜ୍ୟ କୁ ଯାଇ ୭/୧୦/୨୧ ଦିନ ଇଟାଭାଟିରେ କାର୍ଯ୍ୟରତ ୮ ଜଣ ଦାଦନ ଶ୍ରମିକ ମାନଙ୍କୁ ଉଦ୍ଧାର କରିଥିଲେ | ସେଠାରୁ ଫେରି ୧୦ ତାରିଖ ଦିନ ନବରଙ୍ଗପୁର ଜିଲପାଳଙ୍କ ନିର୍ଦ୍ଦେଶ ଅନୁସାରେ ୨୫ ଇଣ୍ଟରଷ୍ଟେଷ୍ଟ ମିର୍ଗା ଆକ୍ଟ -୧୯୭୯ ଅନୁଯାଇ ଥାନାରେ ୧୬୭/୧୨.୧୦.୨୧ ରେ ଏକ ମାମଲା ରୁଜୁ କରାଯାଇଥିଲା | ଏହି ଶ୍ରମିକ ମାନଙ୍କୁ ନେଇଥିବା ୩ ଜଣ ଅଭିଯୁକ୍ତ ଡାବୁଗାଁ ବ୍ଲକ ଚଚରାଗୁଡା ଗ୍ରାମର କମଳ ଲୋଚନ ବିନ୍ଧାଣି (୩୫), ନାଡୁ ବିନ୍ଧାଣି (୪୫) ଓ ତୁରୁଞ୍ଜି ଗ୍ରାମର କିରକୋ/କମଳସାଇ ପନକା (୩୫) କୁ ପୋଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ତଦନ୍ତକାରୀ ଅଧିକାରୀ ସହ ନିରିକ୍ଷକ ଚନ୍ଦ୍ରଭାନୁ ମହାନ୍ତି ସୂଚନା ଦେଇଛନ୍ତି |
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here