ପୋଲ ଉପରୁ ତଳକୁ ଖସିଲା ବୋଲେରୋ

0
678

ଗଜପତି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ଭୋର ସମୟରେ ମୋହନରୁ ବଡଗଡ ଅଞ୍ଚଳକୁ ଯାଉଥିବା ବେଳେ ପୋଲ ତଳକୁ ଖସି ଓଲଟି ପଡିଥିଲା ଏକ ବୋଲେରୋ । ଗଜପତି ଜିଲ୍ଲା ମୋହନା ବେତରସିଂ ନିକଟସ୍ଥ ଏକ ପୋଲ ଉପରେ ବୋଲେରୋ ଯାଉଥିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଓ ବୋଲେରୋଟି ୨୦ଫୁଟ ତଳକୁ ଖସିପଡିଥିଲା । ଏହି ଦୁର୍ଘଟଣାରେ ଡ୍ରାଇଭର ଗୁରୁତର ଆହତ ହୋଇଛି । ଡ୍ରାଇଭର ଜଣକ ପଲକୁଆ ଗାଁର ସଞ୍ଜୟ ରାଇକା ବୋଲି ଜଣାପଡିଛି ।ସ୍ଥାନୀୟ ଲୋକେ ଦୁର୍ଘଟଣା ବିଷୟରେ ଜାଣିବା ପରେ ପୋଲିସକୁ ଖବର ଦେଇଥିଲେ। ସେ ପର୍ଯ୍ୟନ୍ତ ଡ୍ରାଇଭର ଗାଡି ଭିତରେ ଚାପି ହୋଇ ରହିଥିଲେ । ଲୋକେ କବାଟ ଭାଙ୍ଗି ଡ୍ରାଇଭରକୁ ଉଦ୍ଧାର କରି ମୋହନା ମେଡିକାଲରେ ଭର୍ତ୍ତି କରିଛନ୍ତି । ଖବର ପାଇ ମୋହନା ପୋଲିସ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗାଡି ତଳେ ଆଉ କେହି ଚାପି ହୋଇଛନ୍ତି କି ନାହିଁ ଯାଞ୍ଚ କରିବା ସହ ତଦନ୍ତ ଜାରି ରଖିଛନ୍ତି

LEAVE A REPLY

Please enter your comment!
Please enter your name here