ବିଧବା ,ସ୍ୱାମୀ ପରିତ୍ୟକ୍ତା ମହିଳା ଓ ସନ୍ତାନମାନଙ୍କ ଦ୍ଵାରା ଅବହେଳିତ ବୃଦ୍ଧବୃଦ୍ଧାଙ୍କୁ ଚାଉଳ ବସ୍ତା ବଣ୍ଟନ କଲେ ପୀତବାସ ପଣ୍ଡା

0
311

ବ୍ରହ୍ମପୁର:କରୋନା ଯୋଗୁଁ ଆର୍ଥିକ ଅନାଟନ ଭିତରେ ଗତି କରୁଥିବା ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ ଚାଉଳ ବଣ୍ଟନ କରି ଆସୁଥିବା ବ୍ରହ୍ମପୁର ସହରର ଜଣାଶୁଣା ଆଇନଜୀବି ତଥା କଂଗ୍ରେସ ନେତା ପୀତବାସ ପଣ୍ଡା ଆଜି ଅସହାୟ ବିଧବା ମହିଳା,ସ୍ୱାମୀ ପରିତ୍ୟକ୍ତା ମହିଳା ଓ ନିଜ ସନ୍ତାନଙ୍କ ଦ୍ଵାରା ଅବହେଳିତ ବୃଦ୍ଧ, ବୃଦ୍ଧା ଏପରି ପ୍ରାୟ 50 ଜନ ଲୋକଙ୍କୁ ନିଜସ୍ୱ ଉଦ୍ୟମରେ 25kgର ଗୋଟିଏ ଗୋଟିଏ ଚାଉଳ ବସ୍ତା ପ୍ରଦାନ କରିଛନ୍ତି l ପୂର୍ବରୁ ଶ୍ରୀ ପଣ୍ଡା ବ୍ରାହ୍ମଣ, ପୂଜକ, ଘର କାମବାଲୀ ମହିଳା, ମଞ୍ଚ କଳାକାର,କୌଳିକ ବୃତ୍ତି କରୁଥିବା ଧୋବା ଓ ଭଣ୍ଡାରି ମାନକୁ ମଧ୍ୟ ଗୋଟିଏ ଗୋଟିଏ ଚାଉଳ ବସ୍ତା ଦେଇ ଆସିଛନ୍ତି l
ଏହି କାର୍ଯ୍ୟକ୍ରମକୁ ସହ ଯୋଗ କରିଥିଲେ ଶ୍ରମିକ ନେତା ଭୋକାଲି ସେଠୀ, ଉଦୟ ପାଣିଗ୍ରାହୀ,ସୁଧୀର ମହାରଣା,ରଞ୍ଜନ ତରେଇ,ଭୀମରାଜୂ ରେଡି,ସୁନୀଲ ଜେନା,ଅନିରୁଦ୍ଧ ପାତ୍ର, ସଞ୍ଜୟ ନାୟକ ,ପ୍ରଶାନ୍ତ ସାହୁ, ଦିଲ୍ଲୀପ ପଣ୍ଡା, ଗିରିଜା ନାୟକ, କୃଷ୍ଣ ମହାପାତ୍ର,ଜିତେନ୍ଦ୍ର ଗୌଡ଼, ସଞ୍ଜୟ ନାୟକ ପ୍ରମୁଖ l

ରିପୋର୍ଟ :ନ୍ୟୁଜଏକ୍ସଟ୍ରା ବ୍ୟୁରୋ

LEAVE A REPLY

Please enter your comment!
Please enter your name here