ପାଣିରେ ବୁଡି ନାବାଳକର ମୃତ୍ୟୁ

0
713

ଗଞ୍ଜାମ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ସାନଖେମୁଣ୍ଡି ଧରାକୋଟ ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ମାଛ ଧରିବା ଜାଲରେ ପଡି ନାବାଳକଙ୍କ ମୃତ୍ୟୁ ହୋଇଛି । ମୃତ ନାବାଳକ କୁସରବା ଗାଁର ଜିତେନ୍ଦ୍ର ଗୌଡ ବୋଲି ପୋଲିସ ତଦନ୍ତରୁ ଜଣାପଡିଛି ।ସେ ଶୌଚ ହେବାକୁ ଯାଇଥିବାବେଳେ ମାଛ ଧରିବା ପାଇଁ ବିଛାଯାଇଥିବା ଜାଲରେ ଫଶି ଯାଇଥିଲା ଓ ଜାଲରୁ ବାହାରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବାହାରି ପାରିନଥିଲା । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ,ପୋଲିସ ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here