ବ୍ରହ୍ମପୁର ଡ଼ି.ପଲ ସ୍କୁଲରେ ବିଜ୍ଞାନ ମେଳା ଓ ରକ୍ତ ଦାନ ଶିବିର ଆୟୋଜିତ

0
718

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ସ୍ଥାନୀୟ ଡ଼ି.ପଲ ସ୍କୁଲ ପରିସରରେ ବିଜ୍ଞାନ ମେଳା ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟର ଅଧକ୍ଷ ରେଭରେ ଫାଦର ସାଜୁ ଏଣ୍ଟନି ସି.ଏମ ଓ ଉପାଧକ୍ଷ ଫାଦର ଭେଲେରିୟନ ସି.ଏମଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସୁଚାରୁ ରୂପେ ପରିଚାଳିତ ହୋଇଯାଇଛି | ସ୍ଥାନୀୟ ସରକାରୀ ଶଶୀଭୂଷଣ ରଥ ମହିଳା ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ଅଧକ୍ଷ ଶ୍ରୀ ସୁଧାକର ଦାଶ ଓ ପଦାର୍ଥ ବିଜ୍ଞାନର ବିଭାଗ ଅଧକ୍ଷ ବି.ଦାଶ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରୀଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ ଓ ବିଜ୍ଞାନ ପ୍ରକଳ୍ପ ଗୁଡିକର ମୂଲ୍ୟାଙ୍କନ କରିଥିଲେ |
ବିଦ୍ୟାଳୟର ଶିକ୍ଷକ,ଶିକ୍ଷୟତ୍ରୀ ଓ ସମସ୍ତ କର୍ମକର୍ତାଙ୍କ ସହଯୋଗରେ ପଞ୍ଚମ ଠାରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପ୍ରଚେଷ୍ଟାରେ ପୂର୍ବ ପ୍ରସ୍ତୁତି ଶହେ ଗୋଟି ପ୍ରକଳ୍ପ ମଧ୍ୟରୁ ୫୪ଟି ପ୍ରକଳ୍ପ ମନୋନୀତ କରି ସୁଶୃଙ୍ଖଳିତ ଭାବେ ପ୍ରଦର୍ଶିତ କରାଯାଇଥିଲା | ଆଜିର ଆୟୋଜିତ ବିଜ୍ଞାନ ମେଳାଟି ସମସ୍ତ ଛାତ୍ରୀଛାତ୍ର ଓ ଅଭିଭାବକ ମାନଙ୍କୁ ବିଶେଷ ପ୍ରଭାବିତ କରିଥିଲା |

LEAVE A REPLY

Please enter your comment!
Please enter your name here