ପୋଲିସ କୁ ମିଳିଛି ବଡ଼ ସଫଳତା ୩୧ଜଣ ଜୁଆଡି ଗିରଫ ୨,୩୨,୭୮୦ ଟଙ୍କା ଜବତ

0
502

ମାଲକାନଗିରି (ନ୍ୟୁଜ୍ ଏକ୍ସଟ୍ରା)- ମାଲକାନଗିରି ଜିଲ୍ଲା ଓରକେଲ ପୋଲିସକୁ ମିଳିଛି ଏକ ବଡ ସଫଳତା । ଜୁଆ ଆଡ୍ଡା ଉପରେ ଛଡାଉ କରି ୩୧ଜଣ ଅଭିଯୁକ୍ତ ଗିରଫ କରିବା ସହ ନଗତ ୨,୩୨,୭୮୦/ ଟଙ୍କା ଜବତ କରିଛି ଓରକେଲ ପୋଲିସ । ମିଳିଥିବା ସୂଚନା ଅନୁସାରେ ଗତକାଲି ଲକ୍ଷ୍ମୀ ପୂଜା ଅବସରରେ କେତେକ ଅସାଧୁ ପ୍ରକୃତିର ଲୋକମାନେ ଜୁଆ ଖେଳୁଥିଲେ । ଏହି ଖବର ଜାଣିବା ପରେ ଓରକେଲ ପୋଲିସ ଗତକାଲି ରାତିରେ ଭିନ୍ନ ଭିନ୍ନ ତିନୋଟି ସ୍ଥାନରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ଘଟଣା ସ୍ଥଳରୁ ୩୧ ଜଣ ଅଭିଯୁକ୍ତ ଗିରଫ କରିବା ସହ ନଗତ ୨,୩୨,୭୮୦ / ଟଙ୍କା ଓ ୧୯ଟି ମୋବାଇଲ ଫୋନକୁ ଜବତ କରିଛି ପୋଲିସ । ଏ ନେଇ ଓରକେଲ ଥାନାରେ ଅଭିଯୁକ୍ତ ମାନଙ୍କ ନାମରେ ତିନୋଟି ପୃଥକ ପୃଥକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖୁଛନ୍ତି।
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here