ଟାଉନ ଥାନା ନିକଟରୁ ଦେଢ ଲକ୍ଷ ଟଙ୍କା ଲୁଟ୍, ବ୍ୟାଗ୍ ସହ ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ

0
256

କନ୍ଧମାଳ,(ନ୍ୟୁଜ ଏକ୍ସଟ୍ରା): ଦିନ ଦ୍ବିପ୍ରହରରେ ଫୁଲବାଣୀ ଟାଉନ ଥାନା ନିକଟରୁ ଦେଢ଼ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଫୁଲବାଣୀ ବୌଦ୍ଧ କେନ୍ଦ୍ର ସମବାୟ ବ୍ୟାଙ୍କରୁ କଟ୍ରିଙ୍ଗିଆ ଅଞ୍ଚଳର ହରିଶ୍ଚନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି ୧ ଲକ୍ଷ ୪୭ ହଜାର ଟଙ୍କା ଉଠାଇ ବ୍ୟାଙ୍କରୁ ବାହାରକୁ ଆସି ବାଇକ୍ ଡିକିରେ ରଖି କଥା ହେଉଥିଲେ । ହେଲେ ସେଠାରେ ପୂର୍ବରୁ ଦୁଇଟା ବାଇକରେ ୪ଜଣ ଲୁଟେରା ଅପେକ୍ଷା କରିଥିଲେ । ଆଉ ଆଖି ପିଛୁଳାକେ ଡିକି ଖୋଲି ବ୍ୟାଗ ସହ ଟଙ୍କା ନେଇ ବାଇକ୍ ଯୋଗେ ଚମ୍ପଟ ମାରିଥିଲେ l ଏ ନେଇ ଟାଉନ ଥାନାରେ ସମ୍ପୃକ୍ତ ବ୍ୟକ୍ତି ଏତଲା ଦେଇଛନ୍ତି l ସହରରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଛକମାନଙ୍କରେ ସିସିଟିଭି ଲଗାଯାଇଥିଲେ ମଧ୍ୟ କାମରେ ଆସୁଛି କି ନାହିଁ ଜଣାପଡ଼ୁନି । ଗତ ବର୍ଷକ ମଧ୍ୟରେ ସହରର ବିଭିନ୍ନ ସ୍ଥାନରେ ୫ରୁ ୭ଟି ଲୁଟ୍ ଘଟଣା ଘଟିଥିଲେ ମଧ୍ୟ ଟାଉନ ପୋଲିସକୁ କୌଣସି ପ୍ରକାରେ ସଫଳତା ମିଳିନଥିବା ଅଭିଯୋଗ ହୋଇଛି l

ରିପୋର୍ଟ:ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here