ବ୍ରାହ୍ମଣ ସମାଜର ଜରୁରୀ ବୈଠକ

0
467

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ରାଇଘର କୁମୁଟି ସାହି ସ୍ଥିତ ହନୁମାନ ମନ୍ଦିର ପରିସରରେ ଆଜି ସ୍ଥାନୀୟ ବ୍ରାହ୍ମଣ ସମାଜର ଜରୁରୀ ବୈଠକ ସଭାପତି ଅଜୟ କୁମାର ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପଦେଷ୍ଟା ଭାବେ ବୀରଭଦ୍ର ରଥ , ଗଙ୍ଗାଧର ପାଣି , ରମାନାଥ ପଣ୍ଡା , ବିଜୟ କୁମାର ପାଢ଼ୀ , ଜିଲ୍ଲା ସଂଯୋଜକ ଗଗନ ବାହିନୀପତି ପ୍ରମୁଖ ଯୋଗ ଦେଇଥିଲେ ପ୍ରାରମ୍ଭରେ ସମାଜ ସମ୍ପାଦକ ସନନ୍ତ କୁମାର ପ୍ରହରାଜ ପୂର୍ବ ବିବରଣୀ ପାଠ କରିଥିଲେ । ସ୍ଥାନୀୟ ଅଞ୍ଚଳରେ କର୍ମକାଣ୍ଡକୁ ନେଇ ବିସ୍ତୃତ ଆଲୋଚନା ହୋଇଥିବ ସହିତ ସମାଜର ପଞ୍ଜୀକରଣ ଏବଂ ସମାଜର ପାଣ୍ଠି ନିମନ୍ତେ ପଦକ୍ଷେପ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ଅବସରରେ ସ୍ଥାନୀୟ ବ୍ରହ୍ମାଣ ସମାଜର ଖାଲି ପଡ଼ିଥିବା ପଦବି ପୂରଣ କରାଯାଇଥିଲା । ସର୍ବସମ୍ମତି କ୍ରମେ ଉପସଭାପତି ଭାବେ ପ୍ରଶାନ୍ତ କୁମାର ପାଣିଗ୍ରାହୀ , ସୁଶିଳା ଦେବତା ଓ ରଂଜିତ କୁମାର ପାଣିଗ୍ରାହୀଙ୍କୁ ମନୋନୀତ କରାଯାଇଥିବା ବେଳେ ସମାଜର ବିଭିନ୍ନ ଶାଖାର ଦଳପତି ଭାବେ ସୁଶାନ୍ତ କୁମାର ସାମନ୍ତରୟ ( ଟୁକୁନି ) , ସନ୍ୟାସୀ ନାୟକ ଏବଂ ସହ ସମ୍ପାଦକ ଭାବେ ପ୍ରଭାଞ୍ଜଳି ପାତ୍ର , ବସନ୍ତ କୁମାର ପଣ୍ଡା ଓ ସୀମାଞ୍ଚଳ ଷଡ଼ଙ୍ଗୀ ଓ ସଙ୍ଗଠନ ସମ୍ପାଦକ ଭାବେ ଶ୍ରୀହର୍ଷ ମହାପାତ୍ରଙ୍କୁ ନୂତନ ଦାୟିତ୍ବ ପ୍ରଦାନ କରାଯାଇଥିଲା ଏହି ବୈଠକରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ବ୍ରାହ୍ମଣ ଯୋଗ ଦେଇଥିଲେ ।
ରିପୋର୍ଟ – ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here