ଜୁଆ ଆଡ୍ଡା ଉପରେ ଚଢ଼ାଉ, ୭ ଜୁଆଡି ଗିରଫ

0
180

ବୁଗୁଡା : ଗଞ୍ଜାମ ପୋଲିସ ଜିଲ୍ଲାର ବୁଗୁଡା ପୋଲିସ ଥାନା ଅନ୍ତର୍ଗତ ଗୋଲିଆ ପଞ୍ଚାୟତର ଚିରିକିପଡା ଗ୍ରାମରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୭ ଜଣ ଜୁଆ ଖେଳାଳିଙ୍କୁ ଗିରଫ କରିବା ସହ ୫୨୨୦ ଟଙ୍କା ଓ ଦୁଇଟି ତାସ ମୁଠା ଜବତ କରିଥିବା ଜଣାପଡିଛି। ଚିରିକିପଡା ଗ୍ରାମରେ ଜୁଆଖେଳ ଚାଲିଥିବା ଖବର ପାଇ ସବଇନ୍ସପେକ୍ଟର ସମୀର କୁମାର ସେଠୀଙ୍କ ନେତୃତ୍ୱରେ ଏ.ଏସ.ଆଇ ସୁମନ୍ତ କୁମାର ବେହେରା ଓ ବି.ଖଣ୍ଡଗିରି, ଏବଂ କନେଷ୍ଟବଳ ଏ.ସନ୍ତୋଷ ଜୁଆ ଆଡ୍ଡା ଉପରେ ଅତର୍କିତ ଚଢ଼ାଉ କରି ୭ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ୫୨୨୦ ଟଙ୍କା ଓ ୨ ମୁଠା ତାସ ପକେଟ ଜବତ କରିଥିଲେ। ଏନେଇ ବୁଗୁଡା ଥାନା କେଶ ନମ୍ବର ୭୩୪/୨୩ ପ୍ରକାରେ ଏକ ମକଦ୍ଦମା ରୁଜୁ କରାଯାଇଛି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here