ଭାଙ୍ଗୁଛି କଂଗ୍ରେସ ଗଡ଼ ସୁଦୃଢ ହେବାକୁ ଲାଗୁଛି ବିଜୁଜନତା ଦଳ

0
510

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ଯୁବ କଂଗ୍ରେସ ତେନ୍ତୁଳିଖୁଣ୍ଟି ବ୍ଲକ ସଭାପତି ତଥା କଂଗ୍ରେସ କମିଟି ସଭ୍ୟ ଅଜ୍ଜ୍ବଳ ଭାତରା ଆଜି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ ଏହି ଇସ୍ତଫା କାରଣରୁ ଦେଇଥ ସେ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି । ୨୦୧୦ ରାଜନୀତି ମସିହାରୁ ଆରମ୍ଭ କରିଥିବା ଅଖିଳ ବିଗତ ଦିନମାନଙ୍କରେ କଂଗ୍ରେସର ବହୁ ଗୁରୁତ୍ବପୂର୍ଣ୍ଣ ପଦବୀରେ ରହି କାର୍ଯ୍ୟଭାର ସମ୍ଭାଳିଥିଲେ । କଂଗ୍ରେସ ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଥବା କହିବା ସହ ସେ ଦଳ ନିକଟରେ କୃତଜ୍ଞ ବୋଲି ଉଲ୍ଲେଖ କରିଛନ୍ତି । ଏ ସମ୍ପର୍କରେ ତାଙ୍କୁ ଯୋଗାଯୋଗ କରିବାରୁ ସେ ଭବିଷ୍ୟତ ନେଇ କିଛି ସ୍ଥିରକରି ନ ଥିବା କହିଛନ୍ତି । ଅନ୍ୟପକ୍ଷରେ ସେ ବିଜେଡିରେ ଯୋଗଦେବା ନେଇ ଚର୍ଚ୍ଚା ହେଉଛି । ତେବେ ମୁଣ୍ଡ ଉପରେ ପଞ୍ଚାୟତ ନିର୍ବାଚନ ଥିବାରୁ ଉଭୟ ବିଜେପି ଏବଂ ବିଜେଡି ବିଭିନ୍ନ ମିଶ୍ରଣ ପର୍ବ କରି ଶକ୍ତି ସାଉଁଟି ଥିବା ବେଳେ ବ୍ଲକରେ କଂଗ୍ରେସର କୌଣସି କାର୍ଯ୍ୟକ୍ରମ ଦେଖିବାକୁ ମିଳୁନାହିଁ । ଯାହା ଫଳରେ ପୂର୍ବରୁ ତେନ୍ତୁଳିଖୁଣ୍ଟିକୁ ଗଡ଼ କଂଗ୍ରେସ କୁହାଯାଉଥିବା ବେଳେ ଏବେ ଏଠାରେ ଦଳ ଦୁର୍ବଳ ହେଉଥିବା ଚର୍ଚ୍ଚା ଜୋର ଧରିଛି । ତେବେ ଆଗାମୀ ପଞ୍ଚାୟତ ନିର୍ବାଚନରେ କଂଗ୍ରେସ କେଉଁ ରଣନୀତି ଅପଣାଉଛି ତାହାକୁ ନେଇ ସାଧାରଣରେ ଆଲୋଚନା ହେଉଛି । ଅପରପକ୍ଷରେ ଶାସକ ଦଳ ବିଜେଡି ଶକ୍ତିଶାଳୀ ହେଉଥିବା ନେଇ ମଧ୍ୟ ଆଲୋଚନା ହେଉଛି
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here