ଯୈାତୁକ ପାଇଁ ନିଜ ସ୍ତ୍ରୀ କୁ ନିର୍ଯ୍ୟାତନା ଦେବା ସହ ତା’ର ଚୁଟି କାଟି ସାର୍ଟ ପେଣ୍ଠ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇବା ଅଭିଯୋଗ

0
478

ମାଲକାନଗିରି ( ନ୍ୟୁଜ୍ ଏକ୍ସଟ୍ରା) ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍ ପି ଭି୨୨ ଗ୍ରାମରେ ଘଟିଛି ଏକ ଲଜ୍ଜା ଜଣକ ଘଟଣା । ଯୌତୁକ ପାଇଁ ନିଜ ସ୍ତ୍ରୀ କୁ ନିର୍ଯାତନା ଦେବା ସହ ତାର ଚୁଟି କାଟି ଦେଇ କରି ସାର୍ଟ ପେଣ୍ଠ ପିନ୍ଧାଇ ଗାଁ ଦାଣ୍ଡରେ ବୁଲେଇ ଅପମାନ କରିବା ଅଭିଯୋଗ ହୋଇଛି ମାଲକାନଗିରି ଆଦର୍ଶ ଥାନାରେ । ମାଲକାନଗିରି ପୌର ପରିଷଦ ଅନ୍ତର୍ଗତ ଏମ୍ ସି ୪୭ ଗ୍ରାମର ଜନୈକ କନ୍ୟା ଗତ ୪ ମାସ ତଳେ କାଲିମେଳା ବ୍ଲକର ଏମ୍ ଭି -୨୨ଗ୍ରାମର ସମରେଶ ମଣ୍ଡଳଙ୍କୁ ବିବାହ କରିଥିଲେ । ବିବାହର ୨ ମାସ ପାରେ ସ୍ବାମୀ ସମରେଶ ତାଙ୍କ ସ୍ତ୍ରୀ ବିବାହ ସମୟରେ ଆଣିଥିବା ସମସ୍ତ ଆସବାବପତ୍ର ଭଲ ନଥିବା କହି ବିଭିନ୍ନ ସମୟରେ ଗାଳି ଗୁଳଜ ସହ ତାକୁ ମାରପିଟ କରୁଥିଲେ । ତେବେ ଗତକାଲି ରାତ୍ରିରେ ସମରେଶ ଏହି ବିଷୟକୁ ନେଇ ସ୍ବୀଙ୍କ ସହ ଗଣ୍ଡଗୋଳ କରି , ସ୍ତ୍ରୀର ଚୁଟି କାଟିଦେଇଥିଲେ । ପରେ ଟି ସାର୍ଟ ଓ ହାଫ ପେଣ୍ଟ ପୋଷାକ ପିନ୍ଧିବାକୁ ବାଧ୍ୟ କରି ଗାଁ ଦାଣ୍ଡରେ ବୁଲିବା ପରେ ତାକୁ ମୋଟର ସାଇକେଲରେ ନେଇ ଏମ୍ ଭି ୧୯ଗ୍ରାମ ନିକଟରେ ବାଇକରୁ ଠେଲି ଦେଇ ଚାଲି ଯାଇଥିଲେ । ସକାଳେ ତାଙ୍କ ବାପା ଏହି ଖବର ଜାଣିବାକୁ ପାଇ ତାଙ୍କୁ ଉଦ୍ଧାର କରି ମାଲକାନଗିରି ଆଦର୍ଶ ଥାନାର ଦ୍ବାରସ୍ତ ହୋଇଥିଲେ । ମାଲକାନଗିରି ଆଦର୍ଶ ଥାନାରେ କେଶ ନମ୍ବର ୪୮୨ / ୨୧ ରୁଜୁ କରି ପୋଲିସ ପକ୍ଷ ରୁ ତଦନ କରାଯାଉଛି ।
ରିପୋର୍ଟ – ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here