ଖିଡିଙ୍ଗି କାଜୁ ଜଙ୍ଗଲ ବୋମାମାଡ଼ ଘଟଣାର ୩୦ ଜଣ କୋର୍ଟ ଫରୱାର୍ଡ଼

0
670

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା/ଭଞ୍ଜ କିଶୋର ମହାରଣା):ଗତ ୨୦ ତାରିଖରେ ଗଞ୍ଜାମ ଜିଲ୍ଲା ତାଳସର ପଞ୍ଚାୟତ ଏବଂ କୁମ୍ଭାର ଗାଁ ପଞ୍ଚାୟତ ଅନ୍ତର୍ଗତ ଖିଡ଼ିଙ୍ଗି କାଜୁ ଜଙ୍ଗଲରେ ଘଟିଥିବା ବୋମାମାଡ ଘଟଣାରେ ଶୁକ୍ରବାର ଦିନ ଦୁଇଗୋଷ୍ଟିର ୩୦ ଜଣ ଅଭିଯୁକ୍ତଙ୍କୁ କୋଦଳା ପୁଲିସ କୋର୍ଟ ଫରୱାର୍ଡ଼ କରିଛି l ପୃଥକ ଅଭିଯୋଗକାରୀ ଭାଗବତ ପ୍ରଧାନ ଏବଂ ଟୁକୁନା ସାହୁଙ୍କ ଏତଲା ଆଧାରରେ କେସ ନଂ 119/20 ଓ 120/20 ରେ ଏସମସ୍ତଙ୍କୁ ଅଭିଯୁକ୍ତ କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ l ସୂଚନାଯୋଗ୍ୟ ଗତ 20 ତାରିଖରେ କାଜୁଲିଜକୁ ନେଇ ଦୁଇଗୋଷ୍ଟି ମଧ୍ୟରେ ଝଗଡ଼ାର ସୂତ୍ରପାତ ହୋଇ ବୋମା ବର୍ଷଣ କାରଣରୁ ଜଣଙ୍କର ମୃତ୍ୟୁ ଘଟିଥିଲା l ଘଟଣାସ୍ଥଳରେ ଉଚ୍ଚପଦସ୍ଥ ଆରକ୍ଷୀ ଅଧିକାରୀଙ୍କ ସମେତ ବିଶେଷଜ୍ଞ ଦଳ ପହଂଚି ଛାନବୀନ କରିଥିଲେ l ଘଟଣାର ସତ୍ୟାସତ୍ୟ ଏବଂ ପ୍ରକୃତ ଦୋଷୀଙ୍କୁ ଲୋକଲୋଚନକୁ ଆଣି ଦଣ୍ଡବିଧାନ ପାଇଁ ପାଇଁ ଅଧିକରୁ ଅଧିକ ତଦନ୍ତ ଜାରିରହିଥିବା କୋଦଳା ଆଇଆଇସି ଦେବାଶିଷ ମହାନ୍ତି ପ୍ରକାଶ କରିଛନ୍ତି l 

LEAVE A REPLY

Please enter your comment!
Please enter your name here