ମହିନ୍ଦ୍ରା ମ୍ୟାକ୍ସି ଓଲଟି ଜଣେ ମୃତ, ୧୫ଜଣ ଗୁରୁତର

0
260

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ ଗୁଆର ଗ୍ରାମ ନିକଟରେ ଆଜି ସକାଳ ଏକ ମହିନ୍ଦ୍ରା ମ୍ୟାକ୍କିମୋ (ଓଡି ୦୭ଏଡି ୨୯୫୭) ଦୁର୍ଘଟଣା ହୋଇ ଥିବା ଦେଖିବାକୁ ମିଳିଥିଲା ଯାହାଫଳରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଏଥିରେ ବସିଥିବା ୧୫ଜଣ ଆହତ ହୋଇଥିବାର ଜଣାପଡିଛି । ମୃତକ ଜଣକ ହେଲେ ରେବିଡି ଗ୍ରାମର ଦିଲିଶମଣି ରଇତ (୨୨) ବର୍ଷ ବୋଲି ଜଣାପଡିଛି । ଆହତମାନଙ୍କୁ ପ୍ରଥମେ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରିବାପରେ ଗୁରୁତର ଆହତଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏହି ଖବର ପାଇ ଆର୍‌.ଉଦୟଗରି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ ସେଠାରେ ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଜବତକରି ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ସ୍ତିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିବା ଆର୍‌.ଉଦୟଗରି ଥାନା ଅଧିକାରୀ ରବିନ୍ଦ୍ର କୁମାର ପଣ୍ଡା ସୂଚନା ପ୍ରଦାନ କରିଛନ୍ତି । ଏହି ଅବସରରେ ଆଜି ସକାଳୁ ଉକ୍ତ ଗାଡିଟି ରେବିଡି ଗ୍ରାମଠାରୁ ନୂଆଗଡ ଯାଉଥିଲା । ଆଜି ନୂଆଗଡରେ ସାପ୍ତାହିକ ହାଟ ଥିବାରୁ ଏଥିରେ ଅଧିକ ସଂଖ୍ୟକ ଲୋକ ରହିଥିଲେ । ତେବେ ଗୁଆର ଗ୍ରାମ ନିକଟରେ ଡ୍ରାଇଭର ଭାରସାମ୍ୟ ହରାଇଥିବାରୁ ଗାଡିଟି ଓଲଟି ପଡିଥିଲା ବୋଲି ସୂଚନା ମିଳିଛି

ରିପୋର୍ଟ:ବସନ୍ତ କୁମାର ପଣ୍ଡା

LEAVE A REPLY

Please enter your comment!
Please enter your name here