ମାଁ ଭାମନ ଦେଇ ହାଣ୍ଡା ଖଡିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0
515

ଡାବୁଗାଁ (ନ୍ୟୁଜ୍ ଏକ୍ସଟ୍ରା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ର ଚଚରାଗୁଡା ପଞ୍ଚାୟତ ଅଧୀନ ଗିର୍ଲିଗୁଡା ଗ୍ରାମରେ ମାଁ ଭାମନ ଦେଇ ହାଣ୍ଡା ଖଡିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ବୁଧବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି | ଏହି ୪ ଦିନିଆ ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ ଟି ଦଳ ଭାଗ ନେଇଥିଲେ | ଆଜି ଫାଇନାଲ ମ୍ଯାଚଟି କୁସୁମବନ୍ଧ ଓ କାରାଗାଁ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ଏଥିରେ କାରାଗାଁ ଦଳ ପେନାଲ୍ଟି ସଟ ରେ ୧-୦ ଗୋଲରେ କୁସୁମବନ୍ଧ ଦଳକୁ ହରାଇ ବିଜୟୀ ହୋଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗଦେଇ ବିଜୟୀ ଦଳକୁ ୧୦ ହଜାର ଟଙ୍କା ସହ ଟ୍ରଫି ଓ ପରାଜିତ ଦଳକୁ ୭ ହଜାର ଟଙ୍କା ସହ ଟ୍ରଫି ଦେଇ ପୁରସ୍କୃତ କରିଥିଲେ | ସମ୍ମାନିତ ଜିଲାପରିଷଦ ଉପାଧ୍ୟକ୍ଷା ନିବେଦିତା ମହାନ୍ତି, ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ଓ ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଲ୍ୟାମ୍ପ୍ସ ସଭାପତି ଇନ୍ଦ୍ର ଭତ୍ରା ଅତିଥି ଭାବେ ଯୋଗ ଦେଇଥିଲେ | ଏଥିରେ କମିଟିର ସଭାପତି ବୃନ୍ଦାବନ ମାଝୀ, ଉପସଭାପତି ବୈଶାଖୁ ଭତ୍ରା, କୋଷାଧ୍ୟକ୍ଷ ପ୍ରହଲ୍ଲାଦ ଭତ୍ରା, ହୀରଲାଲ ଭତ୍ରା, ନରସିଂ ଭତ୍ରା, କର୍ଣ୍ଣ ଭତ୍ରା, ବଳି ଭତ୍ରା, ରତନ ଭତ୍ରା, ବଲରାମ ଭତ୍ରା ପ୍ରମୁଖ ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିଲେ |
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here