ଧରାପଡିଲେ ମିସ୍ ୪୨୦ କିରାଣୀ

0
497

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା)ଧରା ପଡ଼ିଲେ ମିସ୍ ୪୨୦ କିରାଣୀ । ଗତ ଛଅ ମାସ ଧରି ପୋଲିସ ଆଖିରେ ଚକମା ଦେଇ ଫେରାର ଥିଲେ ଏହି ୪୨୦ କିରାଣୀ ଚନ୍ଦନା ମଣ୍ଡଳ । ଡାବୁଗାଁ ତହସିଲରେ ଆର୍ଥିକ ଅନିୟମିତତା ଘଟଣାରେ ଡାବୁଗାଁ ତହସିଲଦାର ଥାନାରେ ଏତଲା ଦେଇଥିଲେ । ନବରଙ୍ଗପୁର ଜିଲ୍ଲା ତହସିଲ କାର୍ଯ୍ୟାଳୟରେ ଗତ ମେ ମାସରେ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିଲା । ଏବଂ ମହିଳା କିରାଣୀ ଚନ୍ଦନା ଥିଲେ ଘଟଣାର ମୁଖ୍ୟ କାର୍ପେଟଦାର । ଏଥିରେ ପ୍ରାୟ ଏକ କୋଟିରୁ ଅଧିକ ଟଙ୍କାର ହେରଫେର ହୋଇଥିଲା । ତହସିଲ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ୱ ସହାୟିକା ଚନ୍ଦନା ମଣ୍ଡଳ ସମ୍ପୃକ୍ତି ଥିବା ନେଇ ଏତାଲାରେ ଦର୍ଶାଯାଇଥିଲା । ଗତ ମେ ମାସରେ ଏହି ଘଟଣାର ତଦନ୍ତ ପାଇଁ ଡାବୁଗାଁ ପୋଲିସ ତାଙ୍କୁ ଡାକି ପଚରାଉଚରା କରୁଥିବା ସମୟରେ ସେ ହଠାତ ଅଚେତ ହୋଇପଡିଥିଲେ।ପୋଲିସ ତଦନ୍ତ ସମୟ ରେ ଦେହ ଖରାପ ହୋଇଥିବା ଦର୍ଶାଇ ଆସୁଥିବା ଦେବେ ଘଟଣା ଛଅ ମାସ ନବରଙ୍ଗପୁର ଥାନା ପୋଲିସ ଓ ଡାବୁଗାଁ ଥାନା ପୋଲିସ ମିଳିତ ଭାବେ ଚଢ଼ାଉ କରି ତାଙ୍କୁ ଗିରଫ କରିଛି
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here