ଜମିଜମାକୁ କେନ୍ଦ୍ର କରି ବୃଦ୍ଧଙ୍କୁ ହତ୍ୟା

0
330

ବେଲଗୁଣ୍ଠI(ଶିବରାମ ଚୌଧୁରୀ) ଜମିଜମାକୁ କେନ୍ଦ୍ର କରି 70 ବର୍ଷୀୟ ଜଣେ ବୃଦ୍ଧ ଚାଷୀଙ୍କୁ ଜମି ହିଡ଼ରେ ହତ୍ୟା କରିଥିବା ନେଇ ଗୋଟିଏ ପରିବାରର 4 ଜଣଙ୍କ ନାମରେ ଥାନାରେ ଏତଲା ଦେଇଥିବା ଜଣା ପଡିଛି I ଘଟଣା ସ୍ଥଳ ରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିଥିବା ବେଳେ ପୋଲିସ୍ ପହଞ୍ଚି ଶବକୁ ଜବତ କରିବା ସହ ଏକ ହତ୍ୟା ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ କରିବା ପାଇଁ ଆସ୍କା ପଠାଇଦେଇଛି I ଘଟଣାରୁ ଜଣା ପଡ଼ିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ପଞ୍ଚାୟତର ମାଳତୀ ଗ୍ରାମର ଦୁର୍ଯ୍ୟୋଧନ ନାୟକ (70) ଗତ 2 ବର୍ଷ ତଳେ ଜମିରେ ଚାଷ କରିବା ପାଇଁ ପାଖରେ ଟଙ୍କା ନଥିବାରୁ ନିକଟସ୍ଥ କେଶରାପଲ୍ଲୀ ଗ୍ରାମର ଶମ୍ଭୂ ବିଷୋୟୀଙ୍କୁ ଗୋଟିଏ ଜମି ବନ୍ଧକ ଭାବେ ଦେଇ ତାଙ୍କ ଠାରୁ 4000 ଟଙ୍କା କରଜ ଆଣିଥିଲେ I ଗତ କିଛିଦିନ ତଳେ ମୂଳ ଓ ସୁଧ ମିଶାଇ 9000 ଟଙ୍କା ଦୁର୍ଯ୍ୟୋଧନ ଶମ୍ଭୂକୁ ପୈଠ କରିଥିଲେ I କିନ୍ତୁ ଶମ୍ଭୂ ଦୁର୍ଯ୍ୟୋଧନ ଠାରୁ ଟଙ୍କା ପାଇବା ପରେ ମଧ୍ୟ ଦୁର୍ଯ୍ୟୋଧନର ଜମିକୁ ଛାଡି ନଥିଲା I ଶମ୍ଭୂ ସେହି ଜମିରେ ଟଙ୍କା ପାଇବା ପରେ ମଧ୍ଯ ହଳ କରିବାରୁ ଦୁର୍ଯ୍ୟୋଧନ ଏହାର ପ୍ରତିବାଦ କରିବା ସହ ଥାନାର ଦ୍ଵାରସ୍ଥ ହୋଇ ପୋଲିସ୍ ର ସହଯୋଗ ଲୋଡିଥିଲେ ମଧ୍ୟ କୌଣସି ସହାୟତା ପାଇନଥିଲା I ଆଜି ସକାଳ 7 ଘଣ୍ଟ ସମୟରେ ଶମ୍ଭୂ ବିଷୋୟୀ, ତାର ପୁଅ ଜିତେନ୍ଦ୍ର, ସ୍ତ୍ରୀ ଓ ଝିଅ ସମସ୍ତେ ମିଶି ସେହି ବିବାଦୀୟ ଜମିକୁ ଧାନ ରୋଇବାପାଇଁ ଯାଇଥିଲେ I ଖବର ପାଇ ଦୁର୍ଯ୍ୟୋଧନ ଜମିକୁ ଯାଇ ଟଙ୍କା ଫେରସ୍ତ ଦେଇ ଦେଇଥିବାରୁ ଜମିରେ ଧାନ ନ ରୋଇବା ପାଇଁ ପ୍ରତିବାଦ କରିଥିଲେ I ଏଥିରେ ରାଗିଯାଇ ଶମ୍ଭୂର ପୁଅ ଜିତେନ୍ଦ୍ର ଧରି ଥିବା କୋଡିରେ ଦୁର୍ଯ୍ୟୋଧନର ମୁଣ୍ଡକୁ ପ୍ରହାର ପକାଇଥିଲା I ପରେ ଉଭୟ ବାପା ପୁଅ ଦୁର୍ଯ୍ୟୋଧନକୁ ମାଡ଼ ମାରିଥିବା ବେଳେ ଦୁର୍ଯ୍ୟୋଧନର ପୁଅ ତ୍ରିଲୋଚନ ଗ୍ରାମ ବାସୀଙ୍କ ସହ ସେଠାରେ ପହଞ୍ଚିଯିବାରୁ ଶମ୍ଭୂର ପରିବାର ଘଟଣା ସ୍ଥଳରୁ ଚାଲି ଯାଇଥିଲେ I ସେତେବେଳକୁ ଦୁର୍ଯ୍ୟୋଧନଙ୍କ ମୃତ୍ୟୁ ଘଟିଥିଲା I ଏ ନେଇ ଦୁର୍ଯ୍ୟୋଧନର ପୁଅ ତ୍ରିଲୋଚନ ଗାଙ୍ଗପୁର ଥାନାରେ ଶମ୍ଭୂ, ତାର ପୁଅ ଜିତେନ୍ଦ୍ର, ସ୍ତ୍ରୀ ଏବଂ ଝିଅ ନାମରେ ଅଭିଯୋଗ ଦେଇଥିଲେ I ପୂର୍ବରୁ ଶମ୍ଭୂର ପୁଅ ଜିତେନ୍ଦ୍ର ଦୁଇ ଥର ଆକ୍ରମଣ ଉଦ୍ୟମ କରିଥିଲା I ଏ ନେଇ ତ୍ରିଲୋଚନ ଗାଙ୍ଗପୁର ଦୁଇଥର ଥାନା ର ଦ୍ଯାରସ୍ତ ହେଇଥିଲେ ମଧ୍ଯ ପୋଲିସି ସହଯୋଗ କରିନଥିଲା । ସେହି ସମୟରେ ପୋଲିସ୍ ଯଦି ଉଚିତ୍ ପଦକ୍ଷେପ ନେଇଥାନ୍ତା ମୋ ବାପା ଆଜି ବଞ୍ଚିଥାନ୍ତେ ବୋଲି ତ୍ରିଲୋଚନ ସାମ୍ବାଦିକମାନଙ୍କ ସାମ୍ନାରେ ପ୍ରକାଶ କରିଛି I ଶବ ବ୍ୟବଚ୍ଛେଦ ପରେ ତାର ପରିବାରକୁ ହସ୍ତାନ୍ତର କରାଯାଇଥିବା ଜଣା ପଡ଼ିଛି I

LEAVE A REPLY

Please enter your comment!
Please enter your name here