ସମସ୍ୟା ରେ ଜର୍ଜରିତ କରଡ଼ା ପଞ୍ଚାୟତ : ଗ୍ରାମବାସୀଙ୍କ ସମସ୍ୟା ନ ସୁଧୁରିଲେ ଭୋଟ ବର୍ଜନ ନିଷ୍ପତି

0
259

ବାଲିଗୁଡା,(ନ୍ୟୁଜ ଏକ୍ସଟ୍ରା): ମୋବାଇଲ ଟାୱାର ନାହିଁ ତ ଭୋଟ ନାହିଁ, ଭୋଟ କଥା ପୁରାପୁରି ଭୁଲିଯାଅ ବୋଲି ଏବେଠାରୁ ଧମକ ଦେଲେଣି କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ କରଡ଼ା ପଞ୍ଚାୟତ ବାସି l ଆଗାମୀ ତ୍ରି ସ୍ତରୀୟ ନିର୍ବାଚନ ବର୍ଜନ କରିବାକୁ ଏହି ପଞ୍ଚାୟତ ବାସି ଏବେଠାରୁ ନିଷ୍ପତି ନେଲେଣି lଗ୍ରାମବାସୀ କୁଆଡେ ହାତରେ ପ୍ଲାକାର୍ଡ଼ ଧରି ନାରା ଦେଇ ଗ୍ରାମପରିକ୍ରମା ମଧ୍ୟ କରିଥିଲେ l ରାଇକିଆ ବ୍ଲକ ସଦର ମହକୁମା ଠାରୁ ସତର କିଲୋମିଟର ଦୂରରେ ରହିଛି କରଡ଼ା ପଂଚାୟତ l ଉକ୍ତ ପଞ୍ଚାୟତରେ ୩ ହଜ଼ାର ୫ ଶହ ଲୋକ ବସ ବାସ କରୁଛନ୍ତି l ତେବେ ଏହି ଦୁର୍ଗମ ତଥା ମାଓ ଇଲାକା ଭାବେ ପରିଚିତ କରଡ଼ା ପଞ୍ଚାୟତ ରେ ମୋବାଇଲ ଟାୱାର ନାହିଁ l ଫଳରେ ଲୋକେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି l ଏବେ ସରକାର ଦୁଇ ବର୍ଷ ହେଲାଣି ଅ ନ ଲାଇନ କ୍ଲାସ କରୁଥିବା ବେଳେ ମୋବାଇଲ ଟାୱାର ନଥିବା ରୁ ପିଲାମାନେ ପାଠ ପଢିବା ରୁ ବଂଚିତ ହେଉଛନ୍ତି l ଟାୱାର ଗୋଟିଏ ପ୍ରତିଷ୍ଠା କରିବା ପାଇଁ ଗ୍ରାମବାସୀ ଦୀର୍ଘ ଦିନ ହେଲା ଦାବୀ କରି ଆସୁଥିଲେ ମଧ୍ୟ ଫଳ ଶୂନ l କେବଳ ଏହି ଗୋଟିଏ ସମସ୍ୟା ନୁହେଁ ପଞ୍ଚାୟତ ରେ ରାସ୍ତା ଘାଟ ଠୁ ଆରମ୍ଭ କରି ପାନୀୟ ଜଳ ଆଦି ଅନେକ ସମସ୍ୟା ରହିଛି l ସମସ୍ୟା ସମାଧାନ ପାଇଁ ନେତା ଓ ପ୍ରଶାସନି କ ଅଧିକାରୀ ଜଣାଇଲେ ବି ଶୁଣୁନଥିବା ଅଭିଯୋଗ କରିଛନ୍ତି ଲୋକେ l ଭୋଟ ଆସିଲେ ଧୋବଧାଉଳିଆ ଖୋଳ ପକାଇ ନେତା ମାନେ ଭୋଟ ପ୍ରଚାର ରେ ଆସି ମିଥ୍ୟା ପ୍ରତିଶୃତି ଦେଇଥାନ୍ତି l ଆଉ ଭୋଟ ସରିଲେ ସବୁ କିଛି ଭୁଲି ଯାଉଛନ୍ତିl ହେଲେ ଏଣିକି ଆଉ ନାହିଁ ଭୋଟ ବର୍ଜନ ପାଇଁ ଏବେଠାରୁ ନିଷ୍ପତି ନେଲେଣି ଗ୍ରାମବାସୀ ଯାହାକି ପ୍ରଶାସନକୁ ଅଡୁଆରେ ପକାଇବ l ଏଣୁ ବେଳ ଥାଉ ଥାଉ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବା ନିହାତି ଜରୁରୀ ବୋଲି ମତ ପ୍ରକାଶ ପାଉଛି l
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here