ଦୁଇ ସ୍କ୍ରାପ୍‌ ଦୋକାନରୁ ଚୋରା ବାଇକ୍‌ର ଯନ୍ତ୍ରାଂଶ ଜବତ, ୨ ଗିରଫ

0
211

ପୋଲସରା: ଗଞ୍ଜାମ ଜିଲା ପୋଲସରା ପୋଲିସ ଥାନା ପକ୍ଷରୁ ଚଢ଼ିଆପଡ଼ା ଗ୍ରାମରେ ଥିବା ଦୁଇଟି ସ୍କ୍ରାପ୍‌ ଦୋକାନ ଉପରେ ଚଢ଼ାଉ କରି ବିପୁଳ ପରିମାଣର ଚୋରା ଗାଡ଼ିର ଯନ୍ତ୍ରାଂଶ ଜବତ କରାଯିବା ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ ଚଢିଆପଡ଼ାର ସାଗର ସାହୁ ଓ ଲଡ଼ୁକିଶୋର ସାହୁ। ଉଭୟଙ୍କ ନାମରେ ଯଥାକ୍ରମେ ୨୬୨/୨୩ ଏବଂ ୨୬୩/୨୩ରେ ପ୍ରକାରେ ମାମଲା ରୁଜୁ କରାଯାଇଛି। ଉଭୟ ଦୁଇ ସ୍କ୍ରାପ୍‌ ଦୋକାନୀ ଚୋରା ଗାଡ଼ି କିଣି ତାକୁ ରାତାରାତି କଟର ସାହାଯ୍ୟରେ କାଟି ବ୍ୟବସାୟ କରି ଆସୁଥିଲେ। ପୋଲିସ ଖବର ପାଇ ଚଢ଼ାଉ କରି କଟର ମେଶିନ ସହିତ ବିପୁଳ ପରିମାଣ ମୋଟର ସାଇକେଲ ଚେନ୍‌, ସାଇଲେନ୍ସକଭର, ମୋଟର ସାଇକେଲ ହେଡ଼, ଇଞ୍ଜିନ , ବାଇକ ଚକା ଆଦି ବହୁ ଯନ୍ତ୍ରାଂଶ ଜବତ ହୋଇଛି। ଗାଡ଼ିର କାଗଜ ପତ୍ର, ଦୋକାନ ଲାଇସେନ୍ସ ଆଦି ଦୋକାନୀଙ୍କୁ ପୋଲିସ ମାଗିଥିଲେ ମଧ୍ୟ ଦୋକାନୀ ଦ୍ୱୟ ଦେଖାଇ ପାରି ନ ଥିଲେ। ଆବଶ୍ୟକୀୟ କାଗଜପତ୍ର ଦେଖାଇ ପାରି ନ ଥିବା ହେତୁ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ପୋଲସରା ପୋଲିସ ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକ ସୂଚନା ପ୍ରଦାନ କରିଛନ୍ତି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here