ସଂଯୁକ୍ତ କିଶାନ୍ ମୋର୍ଚ୍ଚା ପକ୍ଷରୁ ବ୍ରହ୍ମପୁର ଠାରେ ରେଳରୋକ ଆନ୍ଦୋଳନ

0
252

ବ୍ରହ୍ମପୁର: ଲକ୍ଷ୍ମୀପୁର ଖେରୀ ଘଟଣାରେ ସଂପୃକ୍ତ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ବରଖାସ୍ତ ଓ ଗିରଫ କରିବା, ଘଟଣାରେ ସମ୍ପୃକ୍ତ ସମସ୍ତ ଅପରାଧୀଙ୍କୁ ଗିରଫ କରି ଦୃଷ୍ଟାନ୍ତମୂଳକ ଦଣ୍ଡ ଦେବା, କୃଷକ ବିରୋଧୀ ତିନି କଳା କୃଷି ଆଇନ ଓ ପ୍ରସ୍ତାବିତ ବିଦ୍ୟୁତ୍ ବିଲ୍ ର ପ୍ରତ୍ୟାହାର ଏବଂ ସବୁ କୃଷିଜାତ ଦ୍ରବ୍ୟର ସହାୟକ ଦର ପାଇଁ ଆଇନ ଦାବିରେ ଆଜି ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ରେଳରୋକ ଆନ୍ଦୋଳନର ଡାକରା ଦିଆଯାଇଥିଲା ।

ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନ ଦଶ ଘଣ୍ଟା ସମୟରେ ବ୍ରହ୍ମପୁର ରେଳଷ୍ଟେସନ ଠାରେ ସଂଯୁକ୍ତ କିଶାନ୍ ମୋର୍ଚ୍ଚା ନେତୃତ୍ୱରେ ଶତାଧିକ କୃଷକ, ଆଦିବାସୀ ଓ ଦିନ ମଜୁରିଆମାନଙ୍କ ପକ୍ଷରୁ ରେଳରୋକ ଆନ୍ଦୋଳନ କରାଯାଇଥିଲା l ଆନ୍ଦୋଳନ ଫଳରେ ସିକନ୍ଦରାବାଦ- ଭୁବନେଶ୍ୱର ବିଶାଖା ଏକ୍ସପ୍ରେସ ସମେତ ଅନେକ ମାଲଗାଡି ଅନେକ ସମୟ ଧରି ଷ୍ଟେସନରେ ଅଟକି ରହିଥିଲା । ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଳୋଗାନ୍ ଦେଇ ମୋଦି ସରକାରଙ୍କ କଳା କୃଷି ଆଇନ ଓ ଦରଦାମ୍ ବୃଦ୍ଧିର ବିରୋଧ କରିଥିଲେ । କୃଷି ଆଇନ ବିରୋଧରେ ଦିର୍ଘ ଏଗାର ମାସ ଧରି କୃଷକ ମାନଙ୍କ ଐତିହାସିକ ଆନ୍ଦୋଳନ ଚାଲିଥିବା ବେଳେ ସରକାର ସେମାନଙ୍କ ଦାବିକୁ ମାନିବା ପରିବର୍ତ୍ତେ ତାକୁ ଭାଙ୍ଗିବା ପାଇଁ ଯେଉଁ ଷଡଯନ୍ତ୍ର କରୁଛନ୍ତି, ତାର ନିନ୍ଦା କରାଯାଇଥିଲା ।

ଆଜିର କାର୍ଯ୍ୟକ୍ରମରେ ସଂଯୁକ୍ତ କିଶାନ୍ ମୋର୍ଚ୍ଚାର ରାଜ୍ୟ ଆବାହକ ମଣ୍ଡଳୀ ସଦସ୍ୟ ଭାଲଚନ୍ଦ୍ର ଷଡ଼ଙ୍ଗୀ, ଓଡିଶା କୃଷକ ସଭାର ରାଜ୍ୟ ଉପସଭାପତି ପି. ହରିକୃଷ୍ଣ ରେଡ୍ଡୀ, ଜିଲ୍ଲା ସଭାପତି ଗୋପାଳ ପାଣିଗ୍ରାହୀ, ଏଆଇକେଏମଏସ୍ ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, କର୍ମଚାରୀ ନେତା ପ୍ରତାପ ଚୌଧୁରୀ, କିଶୋର ଚନ୍ଦ୍ର ମିଶ୍ର, ଶ୍ରମିକ ନେତା ଯୁଦ୍ଧିଷ୍ଠିର ବେହେରା, କିଶୋର ମିଶ୍ର, ଏଆଇକେଏସ୍ ଜିଲ୍ଲା ସମ୍ପାଦକ ନୀଳକଣ୍ଠ ଦାସ, ବରିଷ୍ଠ କୃଷକ ନେତା ସୀମାଞ୍ଚଳ ସାହୁ, କୃଷକ ନେତା ଲଡୁକିଶୋର ଡାକୁଆ, ଏଆଇକେକେଏସ୍ ଜିଲ୍ଲା ସମ୍ପାଦିକା ପି ପାର୍ବତୀ, ନିରାକାର ନାୟକ, ସାମାଜିକ କର୍ମୀ ଲକ୍ଷ୍ମୀ ନୃସିଂହ ରଥ, ଅବନୀ କୁମାର ଗୟା, ଶିବରାମ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ପ୍ରମୁଖ ଯୋଗ ଦେଇ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।

LEAVE A REPLY

Please enter your comment!
Please enter your name here