ଛତ୍ତିଶଗଡ଼ ମୁଖ୍ୟମନ୍ତ୍ରୀ ଓ ଓଡିଶା କଂଗ୍ରେସ ଦଳ ର ମିଳିତ ବୈଠକ

0
483

କୋଷାଗୁମୁଡ଼ା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ସୀମାନ୍ତ ଛତିଶଗଡ଼ ରାଜ୍ୟର ବସ୍ତର ଜିଲ୍ଲା ଗୀରୋଲା ମା ହିଙ୍ଗୁଳାଜିନ୍ ମନ୍ଦିର ପରିସରରେ ଉଭୟ ରାଜ୍ୟ ର କଂଗ୍ରେସ କର୍ମୀ ଓ ନେତା ଙ୍କ ବୈଠକ ଅନୁଷ୍ଠତି ହୋଇଥିଲା I ଆଗାମୀ ପଞ୍ଚାୟତ ନିର୍ବାଚନ କୁ ଦୃଷ୍ଟି ରେ ରଖି ବୈଠକରେ ଆଲୋଚନା କରାଯାଇଥିଲା I ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଯୋଗଦେଇଥିଲେ । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ଙ୍କୁ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ପକ୍ଷରୁ ଛତିଶଗଡ଼ ଓ ଓଡ଼ିଶା ରାଜ୍ୟ କୁ ସଂଯୋଗ କରୁଥିବା କୁରୁନ୍ତି ନଦୀରେ ଏକ ସେତୁ ନିର୍ମାଣ କରିବା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ । ଏହି ବୈଠକରେ ବସ୍ତର ବିଧାୟକ ଲୋକେଶ୍ୱର ବଘେଲ, ବସ୍ତର ସାଂସଦ ଦୀପକ ଭେଜ, ଛତିଶଗଡ଼ ସରକାର ଙ୍କ ମନ୍ତ୍ରୀ କବାସି ଲକମା, ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ଭୁଜବଳ ମାଝି, ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ , ଏଆଇସିସି ସଭ୍ୟା ମନସା ତ୍ରିପାଠୀ , କୋଷାଗୁମୁଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଗୀତାମଣି ସମରଥ, ବ୍ଲକ ଉପାଧକ୍ଷ ପଦମସାଏ ମାଳି, ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଉପସଭାପତି ତଥା ମୁଖପାତ୍ର ଧରମ ସିଂ , ଭୁବନେଶ୍ୱର ନାୟକ , ଯୁଗଧର ହରିଜନ , ଆର. ପ୍ରଭାକର ରାଓ ଙ୍କସହ କୋଷାଗୁମୁଡା ବ୍ଲକ ର ବହୁ ନେତା ଉପସ୍ଥିତ ରହିଥିଲେ I

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here