ଦୁଇ ଦିନରେ ବେଲଗୁଣ୍ଠା ପୋଲିସ୍ ର ତିନି ଜୁଆ ଆଡ୍ଡାରେ ଚଢାଉ; ୧୬ ଗିରଫ

0
266

ବେଲଗୁଣ୍ଠା: କୁମାର ପୂର୍ଣ୍ଣମୀ ସମୟରେ ଗଞ୍ଜାମ ଜିଲ୍ଲାରେ ଜୁଆ ଖେଳ ପୋଲିସ୍ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଥାଏ I ସେଥିପାଇଁ କୁମାର ପୂର୍ଣ୍ଣମୀ ସମୟରେ ଜିଲ୍ଲାର ପୋଲିସ ପ୍ରଶାସନ ଜୁଆ ଖେଳକୁ ବନ୍ଦ କରିବା ପାଇଁ ଅଧିକ ତତ୍ପର ହୋଇଉଠିବା ସହ ଗାଆଁ ଗାଆଁରେ ଚାଲିଥିବା ଜୁଆ ଆଡ୍ଡାରେ ଚଢ଼ାଉ କରି ବିଭିନ୍ନ ସମୟରେ ଜୁଆଡିଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ଟଙ୍କା, ମୋବାଇଲ୍ ଏବଂ ତାସ୍ ଜବତ କରିବାର ନଜିର ରହିଛି I ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବେଲଗୁଣ୍ଠା ଥାନା ପୋଲିସ୍ ଗତ ଶନିବାର ଏବଂ ରବିବାର ଦୁଇ ଦିନରେ ଅଞ୍ଚଳର ତିନି ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସେଠାରୁ ମୋଟ 16 ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ନଗଦ 37,650 ଟଙ୍କା , ଛଅଟି ମୋଟରସାଇକେଲ୍,ସାତଟି ମୋବାଇଲ୍ ଏବଂ ତାସ୍ ଜବତ କରିଥିବା ଖବର ମିଳିଛି I ସୂଚନା ପ୍ରକାରେ ପୋଲିସ୍ ଉଢୁରା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସେଠାରୁ 6 ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ନଗଦ 20,150 ଟଙ୍କା, ତିନୋଟି ମୋବାଇଲ୍,ଦୁଇଟି ମୋଟରସାଇକେଲ୍ ଏବଂ ତାସ୍ ଜବତ କରିଥିବା ବେଳେ ବେଲଗୁଣ୍ଠା ଧୋବା ସାହିରେ ଚାଲିଥିବା ଅନ୍ୟ ଏ଼କ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ସେଠାରୁ ଚାରି ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ନଗଦ 7350 ଟଙ୍କା, ଦୁଇଟି ମୋବାଇଲ୍,ଦୁଇଟି ମୋଟରସାଇକେଲ୍ ଏବଂ ତାସ୍ ଜବତ କରିଛି I ସେହିପରି ଅନ୍ୟ ଏକ ଜୁଆ ଆଡ୍ଡାରେ ଚଢ଼ାଉ କରି ସେଠାରୁ ଛଅ ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ନଗଦ 10,150 ଟଙ୍କା, ଦୁଇଟି ମୋବାଇଲ୍ ଏବଂ ଦୁଇଟି ମୋଟରସାଇକେଲ୍ ଜବତ କରିଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି I ଉପରୋକ୍ତ ତିନି ଘଟଣାରେ ଯାଥାକ୍ରମେ କେଶ୍ ନମ୍ବର୍ 263/21,264/21 ଏବଂ 266/21 ରେ ତିନୋଟି ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here