ସୋରଡା ଅଞ୍ଚଳରେ ଅବକାରୀ ଧରପଗଡ଼,୬ ଗିରଫ ; ବିପୁଳ ପରିମାଣର ମଦ ପୋଚ ନଷ୍ଟ

0
265

ଭଞ୍ଜନଗର : ପାର୍ବଣ ସମୟରେ ବେଆଇନ ଭାବେ ବୃଦ୍ଧି ପାଉଥିବା ଦେଶୀ ମଦ କାରବାର କୁ ରୋକ ଲଗାଇଛି ଅବକାରୀ ବିଭାଗ। ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ରାଜେନ୍ଦ୍ର ଭତ୍ରା ଙ୍କ ନିର୍ଦେଶ କ୍ରମେ ଆସ୍କା ଅବକାରୀ ନିରୀକ୍ଷକ ଧୀରେନ କୁମାର ବେହେରା ଙ୍କ ନେତୃତ୍ୱରେ ଗୁରୁବାର ସୋରଡା ଅବକାରୀ ଥାନା ଅନ୍ତର୍ଗତ ଚମ୍ପାପଲ୍ଲୀ,ସାହାସପୁର ଓ ରୁଗୁମୁ ପ୍ରଭୁତି ଗ୍ରାମରେ ଦୀର୍ଘ ଦିନ ଧରି ଚାଲିଥିବା ଦେଶୀ ମଦ ଭାଟିରେ ଚଢ଼ାଉ କରି ସେଠାରୁ ବିପୁଳ ପରିମାଣର ୧୩୨୦୦ ଗୁଡ଼ ମିଶ୍ରିତ ନଷ୍ଟ କରିବା ସହ ୬୮୦ ଲିଟର ହାତ ରନ୍ଧା ଦେଶୀ ଓ ବ୍ୟବହୃତ ସାମଗ୍ରୀ ମଦ ଜବତ କରିଛି। ଆଠ ଗୋଟି ମାମଲା ରୁଜୁ ହୋଇଥିବା ବେଳେ ଏହି ବେଆଇନ କାରବାର ରେ ସମ୍ପୁକ୍ତି ଅଭିଯୋଗରେ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ନିରୀକ୍ଷକ ଧୀରେନ କୁମାର ବେହେରା ସୂଚନା ଦେଇଛନ୍ତି। ଜିଲ୍ଲା ଭ୍ରାମ୍ୟମାଣ ନିରୀକ୍ଷୀକା ପ୍ରିତୀଧାରା ନାୟକ,ଦୁର୍ଯ୍ୟୋଧନ ଦିଗାଲ,ଦକ୍ଷିଣାଞ୍ଚଳ ଗୁଇନ୍ଦା ବିଭାଗର ଗୀତାଞ୍ଜଳି ସାହୁ,ସୋରଡା ଅବକାରୀ ଓଆଇସି ପ୍ରଦୀପ କୁମାର ମହାନ୍ତି ଙ୍କ ସମେତ ଅନ୍ୟାନ୍ୟ ଅବକାରୀ କର୍ମଚାରୀ ମାନେ ଚଢ଼ାଉରେ ସାମିଲ ହୋଇଥିଲେ। ଆଗାମୀ ଦିନରେ ଏହି ବେଆଇନ ଧରପଗଡ଼ କୁ ବ୍ୟାପକ କରାଯିବ ବୋଲି କୁହାଯାଇଛି

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here