ରାଜ୍ୟସ୍ତରୀୟ ଅନଲାଇନ୍ ଭଜନ ସମାରୋହ “ତୁମେ ମାତା ଶକ୍ତି ସନାତନୀ”

0
250

ଜଗନ୍ନାଥ ପ୍ରସାଦ : ସ୍ଵାମୀ ବିବେକାନନ୍ଦ ଲୋକସଂସଦ, ଓଡ଼ିଶା ଆନୁକୁଲ୍ୟରେ ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ ଦ୍ଵାରା ଆୟୋଜିତ ଭଜନ ସମାରୋହ “ତୁମେ ମାତା ଶକ୍ତି ସନାତନୀ” ପବିତ୍ର ଆଶ୍ୱିନ ମାସ ଶୁକ୍ଳ ନବମୀ ତିଥିରେ ସନ୍ଧ୍ୟା ସମୟରେ ଅନଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍ମାନୀତା ଅତିଥି ଭାବେ ଓଡ଼ିଶାର ସ୍ୱନାମଧନ୍ୟା ଲେଖିକା, ଗାଳ୍ପିକା ତଥା ଗାୟିକା ଶ୍ରୀମତୀ ଛନ୍ଦା ମିଶ୍ର ଯୋଗଦେଇ ସାମ୍ପ୍ରତିକ ଯୁଗରେ ସ୍ନେହମୟୀ ମା ଙ୍କ ଭୂମିକା ଓ ଦୁର୍ଗେ ଦୁର୍ଗତିନାସିନୀ ମା ଦୂର୍ଗାଙ୍କ ସୁନ୍ଦର ଭଜନ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ, ଅତିଥି ପରିଚୟ ଓ ସଂଯୋଜନା କରିଥିଲେ ପ୍ରାଧ୍ୟାପକ ତଥା ସଙ୍ଗୀତଜ୍ଞ ଲୋକନାଥ ମହାନ୍ତି । ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୦ ଜଣ କଳାକାର ବଂଶୀତା ସାହୁ, ପ୍ରୟାଗରାଜ ସାହୁ, କାଜଲ ପାଣିଗ୍ରାହୀ, ଅନଙ୍ଗ ଦ୍ଵିତୀୟ ଯୋଶୀ, ରାକ୍ଷୀ ରଣା, ପ୍ରଦୀପ କୁମାର ଆଚାର୍ଯ୍ୟ, ସରସ୍ଵତୀ ଦାଶ, ବିଘ୍ନେଶ୍ୱର ସ୍ୱାଇଁ , ଏଲିନା ଜେନା ଓ ଅମରେନ୍ଦ୍ର ସାହୁ ଆଦି ମା ଦୁର୍ଗାଙ୍କ ଭଜନ ଗାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଅଧ୍ୟାପକ ଦେବବ୍ରତ ସାହୁ । ବିବେକ ବାଣୀ ପଠନ କରିଥିଲେ ସୁଶ୍ରୀ ଲିପସାମୟୀ ଦୁବେ ଏବଂ ଧନ୍ୟବାଦ ଓ ଶାନ୍ତି ପାଠ କରିଥିଲେ ଶ୍ରୀ ଭବାନୀ ଶଙ୍କର ମିଶ୍ର । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସମ୍ପାଦକ ଡକ୍ଟର ଚିତ୍ତରଞ୍ଜନ ନାୟକ ଓ ସଭାପତି ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ଭଜନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା କଳାକାର ମାନଙ୍କୁ ଶାରଦୀୟ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here