କଲେଜ୍ ଛାତ୍ରୀଙ୍କୁ କମେଣ୍ଟ୍ ମାରି ଛେଚା ଖାଇବା ସହ ବନ୍ଧାହେଲେ ଦୁଇ ରୋମିଓ

0
244

ବେଲଗୁଣ୍ଠା: ବିଭିନ୍ନ କାରଣରୁ ବର୍ତ୍ତମାନ ଯୁବ ଗୋଷ୍ଠୀଙ୍କ ଚରିତ୍ର ସ୍ଖଳନ ଯୋଗୁଁ ସମାଜରେ ବିଶୃଙ୍ଖଳା ବଢ଼ି ଚାଲିଛି I ବିଶେଷ କରି ବିଭିନ୍ନ ସ୍ଥାନରେ ଷ୍ଟ୍ରିଟ୍ ରୋମିଓଙ୍କ ଯୋଗୁଁ ବହୁ ସମୟରେ ଛାତ୍ରୀ ଏବଂ ଯୁବତୀ ମାନେ ଅସ୍ୱାଭାବିକ ପରିସ୍ଥିତିର ସମ୍ମୁଖୀନ ହେଉଥିବା ବେଳେ କେବେ କେବେ ଏହି ଷ୍ଟ୍ରିଟ୍ ରୋମିଓ ମାନେ ଯୁବତୀଙ୍କ ସମ୍ପର୍କୀୟ ମାନଙ୍କ ଠାରୁ ମାଡ଼ ଖାଇବାର ନଜିର ରହିଛି I ଏହିଭଳି ଏକ ଘଟଣା ଘଟିଛି ବେଲଗୁଣ୍ଠା ବ୍ଳକ୍ ତନରଡା ଅଞ୍ଚଳରେ I ଏଠାରେ ଦୁଇଜଣ ଯୁବକ ରାସ୍ତାରେ ଯାଉଥିବା କଲେଜ୍ ଛାତ୍ରୀଙ୍କୁ ନିୟମିତ କମେଣ୍ଟ୍ ମାରୁଥିବା ନେଇ ଛାତ୍ରୀମାନେ ଘରେ ଅଭିଯୋଗ କରିବା ପରେ କିଛି ଗ୍ରାମବାସୀ ଦୁଇ ରୋମିଓକୁ ଧରି ଊତ୍ତମ ମଧ୍ୟମ ଦେବା ସହିତ ପୋଲିସ୍ ହସ୍ତାନ୍ତର କରିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି I ସୂଚନା ପ୍ରକାରେ ତନରଡା ଗ୍ରାମର ଜନୈକା କଲେଜ୍ ଛାତ୍ରୀ ବେଲଗୁଣ୍ଠା କଲେଜ୍ କୁ ପାଠ ପଢିବା ପାଇଁ ଯାଉଥିଲେ I ତନରଡା ଠାରୁ ବେଲଗୁଣ୍ଠା ତିନି କିଲୋମିଟର୍ ଦୂର ହୋଇଥିବା ବେଳେ ସେହି ରାସ୍ତାରେ ଛାତ୍ରୀ ଜଣଙ୍କ ଯିବା ଆସିବା କରିବା ସମୟରେ ଦୁଇ ଯୁବକ ରାସ୍ତାରେ ଛାତ୍ରୀ ଜଣଙ୍କୁ ପ୍ରତ୍ୟହ କମେଣ୍ଟ୍ ମାରି ଆସୁଥିଲେ I ଶନିବାର ଦିନ ଅପରାହ୍ଣ ଦୁଇ ଘଣ୍ଟା ସମୟରେ ଛାତ୍ରୀ ଜଣଙ୍କ କଲେଜ୍ ରୁ ଫେରିବା ବେଳେ ବେଲଗୁଣ୍ଠା ବାଲିଡ଼ି ସାହିର ପୁର୍ଣ୍ଣଚନ୍ଦ୍ର ମହାରଣା ଏବଂ ପୁରୀ ଜିଲ୍ଳା ସାକ୍ଷୀଗୋପାଳ ଥାନା ପୁରୀ ମଠ ସାହିର କୁମର ମାଝୀଙ୍କ ପୁଅ କୃଷ୍ଣଚନ୍ଦ୍ର ମାଝୀ ଛାତ୍ରୀଙ୍କୁ କମେଣ୍ଟ୍ କରିଥିଲେ I ଏହି ସମୟରେ ପୂର୍ବରୁ ସତର୍କ ହୋଇ ରହିଥିବା କିଛି ଯୁବକ ଦୁଇ ରୋମିଓ ଯୁବକକୁ କାବୁ କରି ଉତ୍ତମ ମଧ୍ୟମ କରିବା ସହ ଥାନାରେ ଜଣାଇଥିଲେ I ପୋଲିସ୍ ଦୁଇ ଯୁବକଙ୍କୁ ଗିରଫ କରି ଉଭୟଙ୍କ ନାମରେ 272/21 ରେ ଏକ ମାମଲା ରୁଜୁ କରି ଏଏସ୍ଆଇ ଜ୍ୟୋତ୍ସ୍ନା ପ୍ରଧାନ ଘଟଣାର ତଦନ୍ତ କରିବା ସହ ଉଭୟଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ସୂଚନା ଦେଇଛନ୍ତି I ପ୍ରକାଶ ଥାଉକି ପୁର୍ଣ୍ଣଚନ୍ଦ୍ର ଅଞ୍ଚଳରେ ଇଲେକ୍ଟ୍ରିକ୍ କାମ କରୁଥିବା ବେଳେ କୃଷ୍ଣଚନ୍ଦ୍ର ଏଠାରେ ଦୁଇ ବର୍ଷ ହେବ ରହି ମୋବାଇଲ୍ ଟାୱାର୍ ରେ କାମ କରୁଥିଲା I

ରିପୋର୍ଟ-ଶିବରାମ ଚୌଧୁରୀ

LEAVE A REPLY

Please enter your comment!
Please enter your name here