ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ଆହତ

0
367

ଡାବୁଗାଁ ( ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧୀନ ଧାମନାଗୁଡା ଛକ ନିକଟରେ ଗୋଟିଏ ମୋଟରସାଇକେଲ ସହ ଏକ ସ୍କର୍ପିଓ ଗାଡି ଧକ୍କା ଫଳରେ ଜଣେ ଆହତ ହେବାର ସୂଚନା ମିଲିଛି l ଡାବୁଗାଁ – ଉମରକୋଟ ରାଜ୍ୟ ରାଜପଥ- ୩୯ ଉପରେ ଛତିଶଗଡ ରାଜ୍ୟରୁ ଉମରକୋଟ ଦେଇ ଏକ ସ୍କର୍ପିଓ ଗାଡି ନଂ ସିଜି ୨୭ ଏଲ ୮୩୧୬ ଡାବୁଗାଁ ଅଭିମୁଖେ ଆସୁଥିବା ବେଳେ ଧାମନାଗୁଡା ଛକ ନିକଟରେ ପଛ ପଟୁ ଆସୁଥିବା ଏକ ମୋଟରସାଇକେଲ ନଂ ଓଡି ୨୪ ବି ୬୧୯୫ ଆସି ଧକ୍କା ହୋଇଥିଲା | ଫଳରେ ମୋଟରସାଇକେଲ ଆରୋହି ଜଣକ ତଳେ ପଡି ଆହତ ହୋଇଥିଲେ | ଆହତ ଜଣଙ୍କ ହେଲେ ପାପଡାହାଣ୍ଡି ବ୍ଲକ ଅଧୀନ ଖଇରା ଗ୍ରାମର ପୂର୍ଣ୍ଣଚନ୍ଦ୍ର ଭତ୍ରା (୩୨) ବୋଲି ଜଣାପଡିଛି | ଆହତ ପୂର୍ଣ୍ଣଚନ୍ଦ୍ର ଙ୍କୁ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି | ଘଟଣାସ୍ଥଳରେ ଡାବୁଗାଁ ପୋଲିସ ପହଞ୍ଚି ତଦନ୍ତ କରୁଛି |
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here