ଅଟୋ ଗାଡି ସହ ୩୦ ଖଣ୍ଡ ସାଇଜ ଶାଳ କାଠ ଜବତ:ଡ୍ରାଇଭର ଅଟୋ ଛାଡି ଫେରାର

0
478

ଡାବୁଗାଁ, (ନ୍ୟୁଜ୍ ଏକ୍ସଟ୍ରା) ନବରଙ୍ଗପୁର ଜିଲା ଡାବୁଗାଁ ବନ ବିଭାଗ ଦ୍ୱାରା କୋଇଲାରୀ ଗ୍ରାମରୁ ସୋମବାର ରାତ୍ରି ସମୟରେ ଏକ ଅଟୋ ସହ ଶାଳ କାଠ ଜବତ କରାଯାଇଛି । ବନବିଭାଗ ର ଏକ ଟିମ କୋଇଲାରୀ ଗ୍ରାମ ପାଖ ଜଙ୍ଗଲ କୁ ଯାଇ ପେଟ୍ରୋଲିଂ କରୁଥିବା ସମୟରେ ଏକ ଅଟ ଗାଡିରେ ୩୦ ଖଣ୍ଡ ସାଇଜ୍ ଶାଳ କାଠ ଲୋଡ଼ କରି ନେଉଥିବାର ଦେଖି ଵନ ବିଭାଗ କୁ କେନ୍ଦୁଗୁଡା ଗ୍ରାମ ବିଜୁ ପଟ୍ଟନାୟକ ପୁରସ୍କାରରେ ପୁରସ୍କୃତ ବନ ସୁରକ୍ଷା ସମିତି ଙ୍କ ସହଯୋଗ ରେ ଖବର ଦେବାସହ ସେମାନଙ୍କ ସହଯୋଗ ରେ ଚୋରା ଚାଲାଣ ସାଇଜ ଶାଳ କାଠ ବୋଝେଇ ହୋଇ କୋଇଲାରୀ ଜଙ୍ଗଲ ରୁ ଉମରକୋଟ ଅଭିମୁଖେ ଯାଉଥିବା ଅଟୋ କୁ ଧରିବାରେ ସକ୍ଷମ ହୋଇ ପାରିଥିଲେ । ଏହା ଦେଖି ଅଟୋ କୁ ବନ କର୍ମଚାରୀ ମାନେ ପିଛା କରିଥିଲେ । ବନ କର୍ମଚାରୀ ପଛପଟୁ ପିଛା କରୁଥିବା ଦେଖି ଅଟୋ ଡ୍ରାଇଭର କେନ୍ଦୁଗୁଡା ଗ୍ରାମ ନିକଟ କୋଇଲାରୀ ସଂରକ୍ଷିତ ଜଙ୍ଗଲ ପାଖରେ ଅଟୋ ଟିକୁ ଛାଡି ବନ ବିଭାଗ ର କର୍ମଚାରୀ ମାନେ ସେଠାରେ ପହଞ୍ଚିବା ପୂର୍ବରୁ ରାତ୍ରି ଅନ୍ଧକାର ର ଫାଇଦା ଉଠାଇ ଗାଡି ଡ୍ରାଇଭର ସେଠାରୁ ଫେରାର ହୋଇଯାଇଥିଲା । ବନଭିଭାଗର କର୍ମଚାରୀ ଉକ୍ତ ଅଟୋସହ ଶାଳ ସାଇଜ କାଠ ଜବତ କରି ବନାଞ୍ଚଳ କାର୍ଯ୍ୟାଳୟ କୁ ଆଣିଥିଲେ |ଏନେଇ ଆଜି ବନାଞ୍ଚଳ କାର୍ଯ୍ୟଳୟ କେଶ ନମ୍ବର ୧୨୨/୨୧-୨୨ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି। ଏହି ଚଢାଉ ସମୟରେ ବନପାଳ ଲକ୍ଷ୍ମୀକାନ୍ତ ସାହୁ, ବନରକ୍ଷୀ ପ୍ରକାଶ ସରକାର, ମନୋରଞ୍ଜନ ନାୟକ, ରୀତାରାଣୀ ବିଶ୍ଵାସରାୟ, କୁନ୍ତଳା କୁମାରୀ ଖୁରା ଓ ଅନ୍ୟ ମାନେ ସାମିଲ ଥିଲେ |
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here