ଗୁଳି ବିନିମୟ ରେ ତିନି ମାଓବାଦୀ ମୃତ

0
242

ମାଲକାନଗିରି (ନ୍ୟୁଜ୍ ଏକ୍ସଟ୍ରା) ମାଲକାନଗିରି ଜିଲ୍ଲା ମାଥୁଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ ରେ ପୋଲିସ ମାଓବାଦୀ ଗୁଳିବିନିମୟ । ଏହି ଗୁଳିବିନିମୟରେ ୩ ଜଣ ମାଓବାଦୀ ମୃତ ହୋଇଥିଲେ । ଏହି ମାଓବାଦୀଙ୍କ ନାମରେ ୧୦ ଲକ୍ଷ ଟଙ୍କାର ଇନାମ ଘୋଷଣା କରାଯାଇଥିଲା । ଗତକାଲି ମାଲକାନଗିରି ଜିଲ୍ଲା ଗସ୍ତରେ ଡିଜିପି ଅଭୟ ତାଙ୍କ ସହ ଇଣ୍ଟେଲିଯେନ୍ସ ଡ଼ାଇରେକ୍ଟର ଲଳିତ ଦାସ , ଇଣ୍ଟେଲିଯେନ୍ସ । ଆଇଜି ଅମିତାଭ ଠାକୁର , SIW ଡିଆଇଜି ଅନିରୁଦ୍ଧ ସିଂ ଏବଂ ଦକ୍ଷିଣାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ପହଞ୍ଚିଛନ୍ତି । ଘଟଣାସ୍ଥଳରୁ ପୋଲିସ ଏସ଼୍.ଏଲ଼୍.ଆର୍ , କାରବାଇନ ଭଳି ଦୁଇଟି ବନ୍ଧୁକ , ଔଷଧ , ମାଓ ବ୍ୟାବହୃତ ପୋଷାକ , ମାଓ ପୁସ୍ତିକା , ବିସ୍ଫୋରକ ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛି । ଯେଉଁ ମାଓବାଦୀ ମାନେ ବର୍ତମାନ ମଧ୍ୟ ମାଓ ହିଂସାରେ ସାମିଲ ଅଛନ୍ତି ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଅନୁରୋଧ କରିଛନ୍ତି ।
ରିପୋର୍ଟ- ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here