ସାପ କାମୁଡାରେ ଯୁବକ ମୃତ

0
218

ବେଗୁନିଆପଡା:ବେଗୁନିଆପଡା ବ୍ଲକ ଓ ଖଲ୍ଲିକୋଟ ଥାନା ଅନ୍ତର୍ଗତ କେ. ବରିଡା ପଂଚାୟତର ବି. ନୂଆଁପଲି ଗ୍ରାମରେ ଅଘଟଣ । ଗ୍ରାମର କାଳୁ ଦାସ ମଙ୍ଗଳବାର ରାତିରେ ଖାଇ ପିଇ ଘରେ ଶୋଇ ଥିଲେ । ବିଲମ୍ବିତ ରାତିରେ ବିଷ ଧର ସାପ କାଳୁଙ୍କୁ କାମୁଡି ଦେଇଥିଲା । ସଙ୍ଗେ ସଙ୍ଗେ ଖଲ୍ଲିକୋଟ ସ୍ୱାସ୍ଥ୍ୟକେନ୍ଦ୍ର ନେଇଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶବକୁ ବ୍ୟବଛେଦ ପରେ ଗ୍ରାମକୁ ଅଣାଯାଇଛି । ମୃତକଙ୍କ ପରିବାରକୁ ସରକାରୀ ସହାୟତା ପାଇଁ ଦାବୀ ହୋଇଛି।

LEAVE A REPLY

Please enter your comment!
Please enter your name here