ଡି ଇ ଓ କାର୍ଯ୍ୟାଳୟ ବ୍ରହ୍ମପୁରରୁ ଛତ୍ରପୁର ସ୍ଥାନାନ୍ତର ପ୍ରତିବାଦରେ ଗଣ ଧାରଣା।

0
628

ବ୍ରହ୍ମପୁର,୦୩/୦୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ବ୍ରହ୍ମପୁର ଗିରିରୋଡ଼ରେ ଥିବା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଛତ୍ରପୁରକୁ ସ୍ଥାନାନ୍ତର କରିବାକୁ ପ୍ରଶାସନ ପ୍ରସ୍ତାବ ରଖିଛି। ଏନେଇ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଛି। ଏଥି ପୂର୍ବରୁ ଦକ୍ଷିଣ ଓଡ଼ିଶାର ଏହି ଐତିହ୍ୟ ସହର ବ୍ରହ୍ମପୁରରୁ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ବ୍ରହ୍ମପୁର ବାହାରକୁ ଅର୍ଥାତ କନିଷିକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ପୁଣି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଛତ୍ରପୁରକୁ ସ୍ଥାନାନ୍ତର କରାଯାଇ ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ କାର୍ଯ୍ୟାଳୟ ସହିତ ମିଶାଇବାକୁ କରାଯାଉଥିବା ଯୋଜନାକୁ ସହରବାସୀ, ବୁଦ୍ଧିଜୀବୀ ଓ ଅଭିଭାବକମାନେ ତୀବ୍ର ବିରୋଧ କରିଛନ୍ତି। ଏନେଇ ସହରର ବିଭିନ୍ନ ଗଣ ସଂଗଠନମାନଙ୍କୁ ନେଇ ଏକ ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇ ଆନ୍ଦୋଳନ ଗଢିତୋଳିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି ଡି ଇ ଓ କାର୍ଯ୍ୟାଳୟ ସ୍ଥାନାନ୍ତର ନିଷ୍ପତ୍ତିରୁ ପ୍ରଶାସନ ନିବୃତ୍ତ ରହିବାକୁ ଦାବିକରି ବ୍ରହ୍ମପୁର ସ୍ଥିତ ଡି ଇ ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା। ଅଗାମି ଦିନରେ ଦାବି ପୂରଣ ନହେଲେ ବ୍ରହ୍ମପୁର ବନ୍ଦ ଡାକରା ଦିଆଯାଇ ଦୁର୍ବାର ଆନ୍ଦୋଳନ କରିବାକୁ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here