ଚନ୍ଦ୍ରଯାନ-୨ର ଆଉ ଏକ ସଫଳତା;ଅର୍ବିଟରରୁ ଅଲଗା ହେଲା ଲ୍ୟାଣ୍ଡର ବିକ୍ରମ

0
825

ନୂଆଦିଲ୍ଲୀ : ଚନ୍ଦ୍ରଯାନ-୨ର ଅର୍ବିଟରରୁ ଲ୍ୟାଣ୍ଡର ବିକ୍ରମ ଅଲଗା ହେବା ଥିଲା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା । ଚନ୍ଦ୍ର ଅଭିଯାନରେ ଆଜି ଅର୍ବିଟରରୁ ଅଲଗା ହୋଇଯାଇ ଲାଣ୍ଡର ବିକ୍ରମ, ଚନ୍ଦ୍ରଯାନ-୨ ଆଉ ପାଦେ ଆଗକୁ ବଢିଛି । ଗତକାଲି ପଞ୍ଚମ ତଥା ଚୂଡାନ୍ତ କକ୍ଷ ପଥରେ ପ୍ରବେଶ କଲାପରେ ଆଜି ଅର୍ବିଟରରୁ ଅଲଗା ହୋଇଛି ଲ୍ୟାଣ୍ଡର ବିକ୍ରମ । ଯାହାକୁ ସଫଳତାର ସହ ସଂପାଦନ କରିଛି ଇସ୍ରୋ।
ଏବେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ସମୟ ପାଖେଇ ଆସୁଛି। ଚନ୍ଦ୍ରପୃଷ୍ଠର ନିକଟତର ହେଉଛି ଚନ୍ଦ୍ରଯାନ। ଦୀର୍ଘ ୪୨ ଦିନର ଯାତ୍ରା ପରେ ଆଜି ଦିନ ୧୨ଟା ୪୫ରୁ ଗୋଟାଏ ୪୫ ମଧ୍ୟରେ ଅର୍ବିଟର ଠାରୁ ଅଲଗା ହୋଇଛି ଲ୍ୟାଣ୍ଡର ବିକ୍ରମ। ୨୦ ଘଣ୍ଟା ପର୍ଯ୍ୟନ୍ତ ବିକ୍ରମ ଲ୍ୟାଣ୍ଡର ଅର୍ବିଟରର ପଛେ ପଛେ ଚନ୍ଦ୍ର ଚାରିପଟେ ୨କିମି ପ୍ରତି ସେକେଣ୍ଡ ଘୁରି ବୁଲିବ। ଏବେ ବିକ୍ରମ ଲାଣ୍ଡର ୧୧୯ କିମି ଏପୋଜି ଓ ୧୨୭ କିମି ପେରୋଜିରେ ଘୁରୁଛି। ଇସ୍ରୋର ଆକଳନ ଅନୁସାରେ ଏବେଠାରୁ ଆରମ୍ଭ ହୋଇଯିବ ଲାଣ୍ଡର ବିକ୍ରମର ଅବତରଣର ଅବଗଣନା। ୪ ଦିନ ଧରି ଗୋଲାକାର ପଥରେ ଚନ୍ଦ୍ର ଚାରିପଟେ ମାତ୍ର ୧୦୦ କିଲୋମିଟର ଦୂରତାରେ ଘୁରି ବୁଲିବ ଲାଣ୍ଡର।ସବୁକିଛି ଠିକ୍ ଚାଲିଲେ, ୭ ତାରିଖ ରାତି ପ୍ରାୟ ଗୋଟାଏ ୫୫ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ।

LEAVE A REPLY

Please enter your comment!
Please enter your name here