ମାନବିକତା ଦେଖାଇଲେ ଯୁବକ

0
518

ଭଞ୍ଜନଗର/ଜଗନ୍ନାଥ ପ୍ରସାଦ(ନିଲୁ ବିଶୋଇ): ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ଭାବସର ଗ୍ରାମର ମୁଖ୍ୟ ରାସ୍ତା ଉପରେ ଆଜି ସକାଳ ୯ଟା ସମୟରେ ଗୋଟିଏ କୃଷ୍ଣସାର୍ ମୁର୍ଗ କୁ ଜଣେ ବାଇକ ଆରୋହି ଦୁର୍ଘଟଣା ଘଟାଇ କ୍ଷତିଗ୍ରସ୍ତ ଅବସ୍ଥାରେ ଛାଡ଼ିଚାଲି ଯାଇଥିଲେ । ମୁର୍ଗ ଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ବେଳେ ଏହି ସମୟରେ ମାନବିକତା ଦେଖାଇଛନ୍ତି ଭାବସର ଗ୍ରାମର ରାହୁଲ ପ୍ରଧାନ ଓ ସୁରକ୍ଷା ସ୍ବେଚ୍ଛାସେବୀ ସଂଘଠନର ଦିନବନ୍ଧୁ ସେଠୀ। ଉଭୟ ମୁର୍ଗଟିକୁ ପାଣି ଓ ପ୍ରାଥମିକ ଚିକିତ୍ସା କରାଇବା ବନ ବିଭାଗ କୁ ହସ୍ତାନ୍ତର କରିଥିଲେ। ଉଭୟଙ୍କ ଏଭଳି ମହାନ କାଯ୍ୟକୁ ବନ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣ ପ୍ରଶଂସା କରିଛନ୍ତି

LEAVE A REPLY

Please enter your comment!
Please enter your name here