ଡୁମାକୁମ୍ପା କ୍ଳଷ୍ଟର ବିଦ୍ୟାଳୟ ଗୁଡିକରେ ମନିଟରିଂ ଟିମର ଯାଂଚ

0
317

ଭଞ୍ଜନଗର: ଭଞ୍ଜନଗର ବ୍ଳକ ଡୁମାକୁମ୍ପା କ୍ଳଷ୍ଟରରେ ବ୍ଳକ ସ୍ତରୀୟ ମନିଟରିଂ ଟିମ ସିନିୟର ବି.ଇ.ଓ ଏସ୍ ଧନଞ୍ଜୟ ଙ୍କ ନେତୃତ୍ବରେ ସ୍କୁଲ ଗୁଡିକରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକର ଯାଞ୍ଚ କରିଛି ା ଏଥିନମିତ୍ତ ବି.ଇ.ଓ, ସମସ୍ତ ଏ.ବି.ଇ.ଓ, ବି.ଆର୍.ସି.ସି, ସମସ୍ତ ସି.ଆର୍.ସି.ସି ଓ ଏକାଉଣ୍ଟାଣ୍ଟମାନଙ୍କୁ ନେଇ ଗଠିତ ପାଞ୍ଚ ଜଣିଆ ଟିମ କ୍ଳଷ୍ଟର ର ସମସ୍ତ ବିଦ୍ୟାଳୟକୁ ଗସ୍ତ କରି ବିଦ୍ୟାଳୟ ଗୁଡିକରେ ହେଉଥିବା ଅନଲାଇନ ୟୁ ଟ୍ୟୁବ କ୍ଳାସ, ରେଡିଓ ପାଠଶାଳା, ଶିକ୍ଷା ଦର୍ପଣ ,ଶିକ୍ଷା ସଂଯୋଗ କାର୍ଯ୍ୟକ୍ରମ ତଥା ସମସ୍ତ ସରକାରୀ ଅନୁଦାନ ର ସଠିକ୍ ବ୍ୟୟ ବିବରଣୀ, ବିଦ୍ୟାଳୟରେ ପାନୀୟ ଜଳ,ପରିମଳ ବ୍ୟବସ୍ଥା ତଥା ପାଠ୍ୟ ପୁସ୍ତକ ଯୋଗାଣ, ନାସ୍ ପରୀକ୍ଷା ପ୍ରଶ୍ନ ପତ୍ର ବଣ୍ଟନ, ଡୋର ଷ୍ଟେପ ଟିଚିଙ୍ଗ୍,ଏଫ.ଏଲ.ଏନ ପୁସ୍ତକ ବଣ୍ଟନ, ମୋ ସ୍କୁଲ ଅଭିଯାନ ପ୍ରକଳ୍ପର ତଦାରଖ ସମେତ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର ଟଙ୍କା ଓ ଚାଉଳ ବଣ୍ଟନ , ପିଲାଙ୍କୁ ପୋଷାକ ବଣ୍ଟନ , ବିଦ୍ୟାଳୟରେ ବୃକ୍ଷରୋପଣ, ନ୍ୟୁଟ୍ରେସନ ଗାଡେନ ପ୍ରସ୍ତୁତି ଇତ୍ୟାଦି ମଧ୍ୟ ଯାଞ୍ଚ କରାଯିବା ସହ କୋଭିଡ ଗାଇଡ ଲାଇନ ମାନି ସମସ୍ତ ସରକାରୀ କାର୍ଯ୍ୟକ୍ରମ କିପରି ଜାରୀ ରହିବ ସେଥି ପ୍ରତି ଗୁରୁତ୍ବ ଦିଆଯାଇଥିଲା ା ଡୁମାକୁମ୍ପା କ୍ଳଷ୍ଟରର ଆଖୁପଦର,ଗୁଡିପଦର,ଗୁରାବାଡି,ସାର୍ଦ୍ଦୁଳ, ଖମାରେଡି, ହାତୀଗୁଡା,ତଲିକି,ରିପିଟିପଲ୍ଲୀ ,ଡୁମାକୁମ୍ପା ଆଦି ବିଦ୍ୟାଳୟଗୁଡିକରେ ଏହି ମନିଟରିଂ ଟିମ ପହଞ୍ଚି ଉପରୋକ୍ତ କାର୍ଯ୍ୟକ୍ରମର ଯାଞ୍ଚ କରିବା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପାଇଁ ପରାମର୍ଶ ଦେଇଥିଲା ା ପ୍ରକାଶ ଥାଉକି ଦୀର୍ଘ ଦେଢ଼ ବର୍ଷରୁ ଉର୍ଦ୍ଧ୍ବକାଳ ଧରି କୋଭିଡି ପରିସ୍ଥିତି ହେତୁ ରାଜ୍ୟର ସବୁ ବିଦ୍ୟାଳୟ ରେ ପାଠ ପଢା ବନ୍ଦ ରହିଛି କିନ୍ତୁ ଶିଶୁଙ୍କ ହିତ ଦୃଷ୍ଟିରୁ ସରକାରୀ କାର୍ଯ୍ୟକ୍ରମ ଗୁଡିକ ଚାଲୁ ରହିଛି ା ଏଣୁ ସମସ୍ତ ସରକାରୀ ସହାୟତା ପିଲାଙ୍କୁ ସଠିକ ରୂପେ ମିଳୁଛି କି ନାହିଁ ତାହାର ଯାଞ୍ଚ କରିବା ସହ ଶିକ୍ଷାୟତନ ଗୁଡିକୁ ସବୁଜ ସୁନ୍ଦର କରି ପୁନଶ୍ଟ ଶିଶୁ ପ୍ରିୟ କରାଇବା ଉଦ୍ଦେଶ୍ୟରେ ଏହିପରି ପଦକ୍ଷେପ ନିଆଯାଇଥିବା କଥା ବି.ଇ.ଓ ପ୍ରକାଶ କରିଛନ୍ତି ା ଡୁମାକୁମ୍ପା କ୍ଳଷ୍ଟରର ସି.ଆର୍.ସି.ସି ତ୍ରିନାଥ ବେହେରା ଏହି ମନିଟରିଂ ଟିମ ତଥା ସମସ୍ତ ପ୍ରଧାନ ଶିକ୍ଷକ,ଶିକ୍ଷୟିତ୍ରୀଙ୍କୁ ଏଥିପାଇଁ ଧନ୍ୟବାଦ ଅର୍ପଣ କରିବା ସହ ଆଗକୁ ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ସହଯୋଗ କାମନା କରିଛନ୍ତି ା

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here