ପୋଲସରା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷଙ୍କ ଦେହାନ୍ତ

0
354

ପୋଲସରା :ପୋଲସରା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ସାହୁ(୫୩)ଙ୍କ ଗୁରୁବାର ସନ୍ଧ୍ୟାରେ ଦେହାନ୍ତ ହୋଇଯାଇଛି। ଗୁରୁବାର ଦିନ ସକାଳେ ଶ୍ରୀ ସାହୁଙ୍କ ସ୍ୱାସ୍ଥ୍ୟ ହଠାତ ବିଗିଡି ଯିବାରୁ ତାଙ୍କୁ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଚିକିତ୍ସାଳୟ କୁ ନିଆ ଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଜଣାଯାଇଛି। ପ୍ରଦୀପ ସାହୁ ୨୦୦୭ ମସିହା ଠାରୁ ୨୦୧୨ ମସିହା ପର୍ଯ୍ୟନ୍ତ ପୋଲସରା ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିଲେ। ଏହା ବ୍ୟତୀତ ଶ୍ରୀ ସାହୁ ଗଞ୍ଜାମ ଜିଲ୍ଲା ପରିଷଦ ସଦସ୍ୟ ମଧ୍ୟ ଥିଲେ। ତାଙ୍କ ବିୟୋଗରେ ପୋଲସରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here