ସବୁ ବର୍ଗର କଳାକାର ସଂଗଠିତ ହେବା ଆବଶ୍ୟକ : ବରିଷ୍ଠ କଳାକାର ସଂଘ

0
265

ବ୍ରହ୍ମପୁର:.କଳା ଓ କଳାକାର ହୀତୈଷୀ ମହାମଞ୍ଚ “ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ” ପକ୍ଷରୁ ଛତ୍ରପୁର ବ୍ଲକ ଅଗସ୍ତି ନୂଆଗାଁ ସ୍ଥିତ ଆନନ୍ଦ ଭବନ ପରିସରରେ ସଂଘ ଉପଦେଷ୍ଟା ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଙ୍ଗଠନିକ ସଭାରେ ସବୁ ବର୍ଗର କଳାକାର ମାନେ ଗୋଟିଏ ଛାତ ତଳେ ସଂଗଠିତ ହେବା ଆବଶ୍ୟକ ବୋଲି ସଂଘ ତରଫରୁ ମତ ପ୍ରକାଶ ପାଇଥିଲା । ମୁଖ୍ୟ ଅତିଥି ଭାବେ ସଂଘ ସମ୍ପାଦକ ନୃତ୍ୟାଚାର୍ଯ୍ୟ ସୁବାସ ଚନ୍ଦ୍ର ସାହୁ ରୋଶନ୍, ମୁଖ୍ୟ ବକ୍ତା ନାଟ୍ୟ-ବିଦ୍ୟା-ବୁଦ୍ଧ ପ୍ରଫୁଲ୍ଲ ବେହେରା ଏବଂ ସମ୍ମାନିତ ଅତିଥି ଭାବେ ସୁନାମଧନ୍ୟ ଗ୍ରାମୀଣ ନାଟ୍ୟ ନିର୍ଦ୍ଦେଶକ ଧର୍ମରାଜ ସ୍ୱାଇଁ ଯୋଗଦେଇ ସଂଘ ସାଙ୍ଗଠନିକ ଶକ୍ତି ସୁଦୃଢ଼ ଉପରେ ଗୁରୁତ୍ଵାରୋପ କରିଥିଲେ । ଅଗସ୍ତି ନୂଆଗାଁ ସରପଞ୍ଚ ତଥା ଯୁବ କଳାକାର ଅକ୍ଷୟ କୁମାର ସ୍ବାଇଁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ବରିଷ୍ଠ କଳାକାର ସର୍ବଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ହାଡିଆ ଗୌଡ, ପୂର୍ଣ୍ଣ ଚନ୍ଦ୍ର ନାହାକ, ଗଦା ନାହାକ ପ୍ରମୁଖ ସହଯୋଗ କରିଥିବା ବେଳେ ପରିଶେଷରେ ସଦାନନ୍ଦ ଷଡ଼ଙ୍ଗୀ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here