ଭୈରବୀ ମନ୍ଦିର ଖୋଲିବା ଦାବିରେ ମନ୍ତ୍ରିଡି ଗ୍ରାମର ବହୁ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

0
292

ବ୍ରହ୍ମପୁର()ଜିଲ୍ଲାରେ ବର୍ତ୍ତମାନ କୋରନା ପ୍ରକୋପ କମିବା ପରେ ଗଞ୍ଜାମ ଜିଲ୍ଲାରେ ସମସ୍ତ ମନ୍ଦିର ଖୋଲିବା ନିମନ୍ତେ ଜିଲ୍ଲା ପ୍ରଶାସନ ଅନୁମତି ଦେବା ପରେ ଜିଲ୍ଲାର ସମସ୍ତ ମନ୍ଦିର ଖୋଲିଛି । କିନ୍ତୁ ମାଁ ଭୈରବୀଙ୍କ ମନ୍ଦିର ବର୍ତ୍ତମାନ ପର୍ଯ୍ୟନ୍ତ ଖୋଲିପାରିନାହିଁ । ଶୁଣିବାକୁ ମିଳୁଛି କୁଆଡେ ମନ୍ଦିର ପରିଚାଳନା କମିଟି ଏବଂ ପୂଜକଙ୍କ ମଧ୍ୟ ବିବାଦ ରହିଥିବା ଯୋଗୁଁ ମନ୍ଦିର ସର୍ବସାଧାରଣଙ୍କ ନିମନ୍ତେ ବନ୍ଦ ହୋଇ ରହିଛି । ଯାହା ଫଳରେ ଭକ୍ତ ମାନେ କାହିଁ କେତେ ଦୂରରୁ ଆସି ବାହାରେ ମାଁଙ୍କୁ ମୁଣ୍ଡିଆ ମାରିବା ସହିତ ଦୂପଦୀପ ଦେଇ ପୂଜାର୍ଚ୍ଚନା କରି ନିରାଶ ହୋଇ ଫେରୁଛନ୍ତି । ବ୍ରହ୍ମପୁରରୁ ମାତ୍ର ୧୩ କିଲୋମିଟର ଦୂରରେ ରହିଛି ମାଁ ଭୈରବୀଙ୍କ ମନ୍ଦିର । ମନ୍ଦିରରେ ରହିଛି ସୁନ୍ଦର ପରିବେଶ । ଏହାସହିତ ମନ୍ଦିର ପରିସରରେ ରହିଛି ବିଭିନ୍ନ ଦେବା ଦେବୀଙ୍କ ୧୦୮ ଛୋଟ ଛୋଟ ମନ୍ଦିର । ଆଜି ସିଦ୍ଧ ଭୈରବୀ ମନ୍ଦିର ଖୋଲିବା ଦାବିରେ ମନ୍ତ୍ରିଡି ଗ୍ରାମର ବହୁ ଶ୍ରଦ୍ଧାଳୁ, ଗ୍ରାମବାସୀଙ୍କ ସହ ସେଠାରେ ଥିବା ବହୁ ବ୍ୟବସାୟୀ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଦ୍ୱାରସ୍ଥ ହୋଇଛନ୍ତି । ତେବେ ଉପ ଜିଲ୍ଲାପାଳ ଅନୁପସ୍ଥିତ ଥିବା ହେତୁ ସହାୟକ ଜିଲ୍ଲାପାଳ ବିନୋଦ ବେହେରାଙ୍କୁ ପ୍ରଦାନ କରିଥିଲେ । ଦୀର୍ଘ ୧୧ ମାସ ବ୍ୟବଧାନ ପରେ ଗତ ମାସରେ ଜିଲ୍ଲା ପ୍ରଶାସନ ମନ୍ଦିର ଗୁଡ଼ିକ କରନା କଟକଣା ରେ ଖୋଲିବା ପାଇଁ ନିର୍ଦ୍ଦେଶ ଜାରି ହୋଇଥିଲା । ଗଞ୍ଜାମ ଜିଲ୍ଲାର ସମସ୍ତ ଦେବା ଦେବୀ ମନ୍ଦିର କରନା କଟକଣା ରେ ଖୋଲାଯାଇଥିବା ବେଳେ ବାଦ୍ ପଡିଛି, ମା ସିଧଭୈରବୀ ଙ୍କ ଶକ୍ତି ପୀଠ । ଆଜିକୁ ପ୍ରାୟ ୩୦ ଦିନ ରୁ ଉର୍ଦ୍ଧ ହେବ ହଜାର ହଜାର ଶ୍ରଦ୍ଧାଳୁ ମା ଙ୍କ ଦର୍ଶନ ନ ପାଇ ସିଂହ ଦ୍ୱାର ସମ୍ମୁଖ ରୁ ନିରାଶ ହୋଇ ଫେରୁଛନ୍ତି । ସେଠାରେ ଥିବା ବ୍ୟବସାୟୀ ସଙ୍ଘ ପରିବାର ପଷଣ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜିଲ୍ଲା ପ୍ରଶାସନ ଘଟଣା କୁ ଗୁରୁତର ଭାବେ ଗ୍ରହଣ କରି ତୁରନ୍ତ ମନ୍ଦିର ଖୋଲିବା ପାଇଁ ନିଷ୍ପତି ନିଅନ୍ତୁ ବୋଲି କହିଛନ୍ତି ମନ୍ତ୍ରୀଡି ଗ୍ରାମବାସୀ । ଦାବି ପୂରଣ ନହେଲେ ଆଗାମୀ ଦିନରେ ରଜ୍ ରାସ୍ତା କୁ ଓହ୍ଲାଇବାକୁ ବାଧ୍ୟ ହେବୁ ବୋଲି ବ୍ୟବସାୟୀ ସଂଘ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଉପଜିଲ୍ଲାପାଳ ୨ଦିନ ଭିତରେ ମନ୍ଦିର ଖୋଲିବାକୁ ପ୍ରତିଶୃତି ଦେଇଥିବା କହିଛନ୍ତି ବ୍ୟବସାୟୀ ସଙ୍ଘ ।
ଆଜିର ଆୟୋଜିତ କାର୍ଯ୍ୟକ୍ରମରେ ସୁକୁରୁ ବେହେରା ,ସଞ୍ଜୟ କୁମାର କର ,ଅଜୟ ମହାନ୍ତି ,ବଳରାମ ତିଆଡ଼ି , ଦେବରାଜ ମହାନ୍ତି, କିଶୋର ଚନ୍ଦ୍ର ସାହୁ, ସଦାନନ୍ଦ ମହାନ୍ତି,ଉଦ୍ଧବ ତିଆଡି, ବାବୁ ମହାନ୍ତି , ମହନ ପଣ୍ଡିତ ନବୀନ ଗୌଡ଼ ,ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here